ଅଘୋଷିତ ବିଦ୍ୟୁତ୍ କାଟକୁନେଇ ରୋହିବାଙ୍କ ଗ୍ରାମବାସୀଙ୍କ ରାଜପଥ ଅବରୋଧ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ବିଗତ କିଛିଦିନ ଧରି ଓଡ଼ଗାଁ ଥାନା କୋମଣ୍ଡ ଓ ରୋହିବାଙ୍କ ପଞ୍ଚାୟତରେ ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ନାନାଦି ପ୍ରକାର ଅସୁବିଧା ସୃଷ୍ଟି ହେଉଛି।ଚୋରି ଡକାୟତି ସହିତ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସ୍ତୃଷ୍ଟି ହେଉଛି।ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଦ୍ୟୁତ୍ ବିଭାଗ କର୍ଣ୍ଣପାତ କରୁନଥିବାରୁ ଆଜି ସନ୍ଧ୍ୟାରେ ରୋହିବାଙ୍କ ଗ୍ରାମବାସୀ ଭୁବନେଶ୍ୱର ଭଞ୍ଜନଗର ୨୧ନଂ ରାଜ୍ୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଛନ୍ତି।ଏପଟେ ହାତୀ ମାନଙ୍କ ଚଳପ୍ରଚଳ ଯୋଗୁଁ ବିଦ୍ୟୁତ୍ କାଟ ହେଉଥିବା ବନବିଭାଗ କହିଛି। ଗତ ୧ ସପ୍ତାହଧରି ଓଡ଼ଗାଁ ସମେତ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ କାଟ ଲୋକଙ୍କ ନିଦହଜେଇ ଦେଇଛି।ସନ୍ଧ୍ୟା ହେଲେ ସରକାରୀ ତଥା ବେସରକାରୀ କାର୍ଯ୍ୟରେ ବାଧାସୃଷ୍ଟି ହେଉଛି।ବାରମ୍ବାର ଏଭଳି ହେବା ଦ୍ବାରା ଆଜି ରୋହିବାଙ୍କ ଗ୍ରାମର ଶତାଧିକ ପୁରୁଷ ମହିଳା ବିଦ୍ୟୁତ୍ କାଟ ପ୍ରତିବାଦରେ ରାଜପଥ ଅବରୋଧ କରିଥିଲେ।ହାତୀ ମାନଙ୍କ ଚଳପ୍ରଚଳକୁ ଆଳ ଦେଖାଇ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଖବର ପାଇ ଓଡ଼ଗାଁଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ରାସ୍ତା ଅବରୋଧ ହଟିଥିବା ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.