ଜଗତସିଂହପୁର ସାଂସ୍କୃତିକ ପରିଷଦର ସାଧାରଣ ପରିଷଦ ବୈଠକ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଜଗତସିଂହପୁର ସାଂସ୍କୃତିକ ପରିଷଦର ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱରୀ ଯୋଗ ଦେଇ ୨୪ ତମ ପୁସ୍ତକ ମେଳାକୁ ସରସ ସୁନ୍ଦର କରିବାକୁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ପୁସ୍ତକ ମେଳା ନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।ଚଳିତ ବର୍ଷ ଜିଲ୍ଲା ମହୋତ୍ସବ ସହିତ ପୁସ୍ତକ ମେଳା ଅନୁଷ୍ଠିତ ହେଉଥିବାରୁ ଏହାକୁ ଅଧିକ ଆକର୍ଷଣୀୟ କରାଯିବା ସହିତ ପୁସ୍ତକ ମେଳାର ଗାରିମା ରକ୍ଷା କରିବାକୁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମତପୋଷଣ କରିଥିଲେ ।
ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ଙ୍କ ସଭାପତିତ୍ବରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାପାଳଙ୍କ ପରାମର୍ଶ ଅନୁସାରେ ଜନସାଧାରଣଙ୍କ ପାଇଁ ପୁସ୍ତକ ମେଳାର ସମସ୍ତ କାର୍ଯ୍ୟକ୍ରମ ଅପରାହ୍ନ ୩ ଘଟିକା ମଧ୍ୟରେ ସମାପ୍ତ ହେବା ସହ ପୁସ୍ତକ ମେଳା ଦିନ ୧ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହି ପୁସ୍ତକ କିଣିବାର ସୁଯୋଗ ନେଇପାରିବେ।।ପୂର୍ବାହ୍ନ ୧୧ଘଟିକା ଠାରୁ ପ୍ରତ୍ୟେହ ସାହିତ୍ୟ ଆସର,କବିତା ପାଠୋତ୍ସଵ, ଓପନ କୁଇଜ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହେବ ।ପୁସ୍ତକ ମେଳାର ଅନ୍ତିମ ଦିନ ଅର୍ଥାତ ୨୧ ତାରିଖ ଦିନ ପୁସ୍ତକ ମେଳାର ମୁଖପତ୍ର ‘ସ୍ମୃତିପତ୍ର’ ଉନ୍ମୋଚନ କରାଯିବାକୁ ସ୍ଥିର କରାଯାଇଥିଲା ।ପ୍ରାରମ୍ଭରେ ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଦାସ ସମ୍ଭାବ୍ୟ ଆୟବ୍ୟୟର ଅଟକଳ ସୂଚନା ପ୍ରଦାନକରିଥିଲେ । ପରିଷଦ ଯୁଗ୍ମ ସମ୍ପାଦକ ସୁଧୀର କୁମାର ମହାନ୍ତି ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷ ପୁସ୍ତକ ମେଳାକୁ ସରସ ସୁନ୍ଦର କରାଯିବା ସହିତ ସ୍କୁଲ ଓ କଲେଜ ଗୁଡିକ କିପରି ଅଧିକ ପୁସ୍ତକ କ୍ରୟ କରିବେ ସେ ବାବଦରେ ମତାମତ ପ୍ରଦାନ କରିଥିଲେ।ଶେଷରେ ଉପାଧ୍ୟକ୍ଷ ବିଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୁସ୍ତକ ମେଳା ମୁଖପାତ୍ର ସ୍ମୃତି ପତ୍ରର ସମ୍ପାଦକ ମହେନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ନରେଶ ଦାସ,କୋଷାଧ୍ୟକ୍ଷ ପ୍ରଶାନ୍ତ ମହାପାତ୍ର,ମାନସ କୁମାର କାନୁନଗୋ, ସୂର୍ଯ୍ୟକାନ୍ତ ଦାସ, ମନୋଜ ଦାଶ,ଦୁର୍ଯୋଧନ ମହାରଣା, ସରୋଜ କାନ୍ତ ସାହୁ,ବିଜୟ ଲକ୍ଷ୍ମୀ ମହାପାତ୍ର, ହେମନ୍ତ ରଥ, ନଟବର ବାରିକ,ବିଦ୍ୟାପୁରୀ ପ୍ରକାଶକ ଜୀବାନନ୍ଦ ମିଶ୍ର, ଅବନିକାନ୍ତ ମହାରଣା,ବିଷ୍ଣୁ ସାହୁ, ଅମ୍ବିକା ପ୍ରସନ୍ନ ମହାନ୍ତି, କୈଳାସ ସ୍ବାଇଁ,ମାନସ ରଥ, ସତ୍ୟବ୍ରତ ବିଶ୍ବାଳ,ସୌଭାଗ୍ୟ ରଞ୍ଜନ ବିଶ୍ବାଳ, ସୁଷମା ପ୍ରଧାନ, ଡଃ ଜ୍ୟୋତିର୍ମୟୀ ମହାନ୍ତି, ତିଳୋତ୍ତମା ଦାଶ, ସୌଦାମିନୀ ରାଉତ, ଉତ୍କଳ ରଂଜନ ମହାନ୍ତି, ଲୋକନାଥ ଦାସ,ସୁବାଷ ରାଉତ, ମନୋଜ କୁମାର ମହାପାତ୍ର,ଦେବୀପ୍ରସାଦ ଚୌଧୁରୀ, ହରପ୍ରସନା ରାଉତ, ଜିତେନ୍ଦ୍ର ପ୍ରଧାନ, ଡକ୍ଟର ସସ୍ମିତା ମହାନ୍ତି, ନିତ୍ୟାନନ୍ଦ ମହାନ୍ତି, ଆଲୋକ ଦାସ,ଅମର ଜ୍ୟୋତି ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନରେ ଅଂଶ ଗ୍ରହଣ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଚଳିତ ବର୍ଷ ଜିଲ୍ଲା ମହୋତ୍ସବ କଲ୍ଲୋଳ ଓ ପୁସ୍ତକ ମେଳା ମିଳିତ ଭାବେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି।

Leave A Reply

Your email address will not be published.