ଜଗତସିଂହପୁର/ସୁମନ୍ତକୁମାରଦାସ: ଜଗତସିଂହପୁର ବ୍ଲକରେ ଜୋନ 2 ର ପଞ୍ଚାୟତ ସ୍ତରୀୟ ଭଲିବଲ କ୍ରୀଡା ପ୍ରତିଯୋଗିତା ଆଶ୍ରାମପାଟଣା ଭଲିବଲ ଗ୍ରୋଉଣ୍ଡ ଜଗତସିଂହପୁର ବ୍ଲକ BDO ସାଗର କୁମାର ନନ୍ଦ ଫିତା କାଟି ଉତ୍ସବର ଉଦଘାଟନ କରିବା ସହିତ ଏହି ଉତ୍ସବର ମୁଖ୍ୟ ଅଥିତି ଭାବେ ଶୋଭା ମଣ୍ଡନ କରିଥିଲେ l ଏହି ଉତ୍ସବରେ ଆଳିପିଙ୍ଗଳ ସରପଞ୍ଚ ସୂର୍ଯ୍ୟନାରାୟଣ ପଲାଉ, PS ମେମ୍ବର ରାଜିବ ବେହେରା, ତୁମ୍ଭାଅଣ୍ଡେଇ PS ମେମ୍ବର ବଟକୃଷ୍ଣ ରାଉତରାୟ, ପଲି ସରପଞ୍ଚ କୌଶଲ୍ୟା ଦାସ, ଶାଳଜଙ୍ଗ ର ବସନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ l ଏହି ପଞ୍ଚାୟତ ସ୍ତରୀୟ ପ୍ରତିଯୋଗିତାରେ ଖଏରଙ୍ଗ ପଞ୍ଚାୟତ, ତୁମ୍ଭାଅଣ୍ଡେଇ ସାହି ପଞ୍ଚାୟତ,ଆଳୁପିଙ୍ଗଳ ପଞ୍ଚାୟତ, ପଲି ପଞ୍ଚାୟତ, ଯଶୋବନ୍ତ ପୁର, ଶାଳଜଙ୍ଗ ପଞ୍ଚାୟତ ର ଭଲି ଖେଳାଳି ମାନଙ୍କର ଭାଗ ନେଇଥିଲେ l ଫାଇନାଲ ମ୍ୟାଚ ରେ ପଲ୍ଲୀ ଗ୍ରାମ ପଞ୍ଚାୟତ 1/2 ସେଟ ରେ ଖଇରଙ୍ଗ ଗ୍ରାମ ପଞ୍ଚାୟତ ଠାରୁ ପରାସ୍ତ ହୋଇଥିଲା l ରାଜ୍ୟ ସ୍ତରର ରେଫରୀ ସମ୍ପଦ ବେହେରାଙ୍କ ସହିତ ରମେଶ ମହାନ୍ତି, ଅମିତ ଆଚାର୍ଯ୍ୟ ଓ ବିଶ୍ୱଜିତ ଦାସ ଖେଳ ପରିଚାଳନା କରିଥିଲେ.ଏହି ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା କୁ ଖଇରଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଲିପକ ସାହୁଙ୍କ ସହିତ ଆଶ୍ରମପାଟଣା ଭଲିବଲ ୟନିଅନ ର ସଦସ୍ୟ ଦୀପ୍ତି ରଞ୍ଜନ ଦାଶ, ହିମାଂଶୁ ଦାଶ, ଇନ୍ଦ୍ରମଣି ସାହୁ ଓ ବାଳିକା ଦଳ ଉପସ୍ଥିତ ରହି ସଫଳ କରିଥିଲେ. ସର୍ବ ଶେଷରେ ପଞ୍ଚାୟତର ଜିପିଓ ଆସନ୍ତା 30 ତାରିଖରେ ଏହି ଗ୍ରାଉଣ୍ଡରେ ଇଣ୍ଟର ଜୋନ ଭଲିବଲ ପ୍ରତିଯୋଗିତା ହେବ ବୋଲି ସୂଚନା ପ୍ରଦାନ କରିଥିଲେ l
Sign in
Sign in
Recover your password.
A password will be e-mailed to you.