ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ୧୦ମ ବାର୍ଷିକ କ୍ରୀଡା ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
ଏହି କ୍ରୀଡା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରି ଛାତ୍ରୀ ମାନଙ୍କୁ ବିଦ୍ୟାର୍ଥୀ ଜୀବନରେ କ୍ରୀଡାର ଉପଯୋଗୀତା ସଂପର୍କରେ ଅବଗତ କରାଇ ଥିଲେ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଛାତ୍ରୀମାନଙ୍କ ସହ ଉଦ୍ଘାଟନୀ କ୍ରୀଡା ଭାବେ ପୁଟିଙ୍ଗ ଦି ସଟ୍ ପ୍ରତିଯୋଗୀତାରେ ତିନି ରାଉଣ୍ଡ ଖେଳ ଖେଳି ପ୍ରତିଯୋଗୀତାର ଶୁଭାରମ୍ଭ କରିବା ସହ ଛାତ୍ରୀମାନଙ୍କୁ ଖେଳିବାର କିଛି କୌଶଳ ପ୍ରଦର୍ଶନ କରିଥିଲେ। ଯଦ୍ବାରା ମହାବିଦ୍ୟାଳୟର ସମସ୍ତ ଛାତ୍ରୀବୃନ୍ଦ ଉଲ୍ଲସିତ ଓ ଉତ୍ସାହିତ ହୋଇଥିଲେ।
ଏହି କ୍ରୀଡା ପ୍ରତିଯୋଗୀତା ଗୁଡିକ କ୍ରୀଡା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ମହିଳା ମହାବିଦ୍ୟାଳୟର ଗୃହବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ମହିଳା ସ୍ନାତକ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ପୂର୍ଣ୍ଣମାତ୍ରାରେ ଆନନ୍ଦର ସହ ସହଯୋଗ କରିଥିଲେ ।
ଏହି କ୍ରୀଡା ପ୍ରତିଯୋଗିତାରେ ୧୦୦ , ୨୦୦ ମିଟର ଦୌଡ଼ , ପୁଟିଙ୍ଗ ଦି ସଟ୍ , ଡିସ୍ କସ୍ ଥ୍ରୋ , ହାଇଜମ୍ପ , ଲଙ୍ଗଜମ୍ପ , ରିଲେ ରେସ୍ , ମ୍ୟୁଜିକାଲ୍ ଚେୟାର , ଜାଭେଲିନ୍ ଥ୍ରୋ ଇତ୍ୟାଦି ପ୍ରତିଯୋଗୀତା ସହ ମନୋରଞ୍ଜନ ପାଇଁ ଫେନସି ଡ୍ରେସ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଏହି ଦୁଇଦିନର ବାର୍ଷିକ କ୍ରୀଡା ଉତ୍ସବରେ ତିନିଶହରୁ ଉର୍ଦ୍ଧ୍ବ ଛାତ୍ରୀ ଯୋଗଦେଇ ସଂପୂର୍ଣ୍ଣ କ୍ରୀଡା ଦିବସକୁ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.