ଆନ୍ତର୍ଜାତିକ କ୍ରିପାଲ ଫିଟନେସ ବିଜେତାଙ୍କୁ ସମ୍ବର୍ଦ୍ଧିତ

0

ବୀରମହାରାଜପୁର, (ବିନୋଦ ପାଣ୍ଡେ): ଭାରତ ର ଗୋଆ ଠାରେ ଆନ୍ତର୍ଜାତିକ ଆଇ ସି ଏନ କ୍ରିପାଲ ଫିଟନେସ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କ୍ରିପାଲ ଫିଟନେସ ପକ୍ଷରୁ ଏକ ଦଳ ଅଂଶଗ୍ରହଣ କରିଥିଲେ।‌ ଏହି ପ୍ରତିଯୋଗିତାରେ ବୀରମହାରାଜପୁର ଦଳ ତୃତୀୟ ସ୍ଥାନରେ ହାସଲ କରିବା ସହ ୧୧ ଗୋଟି ପଦକ ହାସଲ କରିଥିଲେ। ଏହି ଅବସରରେ ବୀରମହାରାଜପୁର ରେ ଦଳର ସମସ୍ତ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୀରମହାରାଜପୁର କ୍ରିପାଲ ଫିଟନେସ କୋଚ ଶ୍ରୀରାମ କ୍ରିପାଲ ମିଶ୍ର,ମେନେଜର ଆଲୋକ ଦେହୁରୀ, ମେଣ୍ଟର ଶାନ୍ତନୁ ମିଶ୍ର, ଆସିଷ୍ଟାଣ୍ଟ କୋଚ ପ୍ରମୋଦ ପୁରୋହିତ, ଖେଳାଳି ଶାନ୍ତନୁ, ସୁଧୀର, ଅଙ୍କିତ ପ୍ରମୁଖ ଏଥିରେ ଭାଗନେଇଥିଲେ। ଭାରତ ଗୋଆରେ ଆଇ. ସି. ଏନ ପ୍ରତିଯୋଗିତା ରେ ସମସ୍ତେ ନିଜ ନିଜ ସ୍ଥାନରେ ତୃତୀୟ ରେ ରହି ନିଜ ମାଟି ପାଇଁ ଗର୍ବ ଆଣିଛନ୍ତି ଏବଂ ଅନ୍ତର୍ଯ୍ୟାତୀୟ ସ୍ତରରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଭାରତ ର ଗୋଆ ଠାରେ ୧୦ ଓ ୧୧ ତାରିଖରେ ଆଇ ସି ଏନ ପକ୍ଷରୁ ଆନ୍ତର୍ଜାତିକ ପ୍ରାକୃତିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଡାଏଟ ଏବଂ ଏକ୍ସସାଇଜ ଦ୍ୱାରା ମସଲ ବନାଯାଏ ଏବଂ ଟିମ କ୍ରିପାଲ ଫିଟନେସ ତାକୁ ପ୍ରମୋଟ କରିଥିଲା।କୋଚ କ୍ରିପାଲ ଚମ୍ପିୟନ କୋଚ ଏବଂ ମିଷ୍ଟର ଇଣ୍ଡିଆ ମେଲ ଫିଜିକ ରେ ରନର୍ସଅପ ହୋଇ ଅନ୍ତର୍ଯ୍ୟାତିକ ସ୍ତରରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏହି ବିଜେତା ଦଳକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସମ୍ବର୍ଦ୍ଧନା ଜ୍ଞାପନ ଦିଆ ଯାଉଛି।

Leave A Reply

Your email address will not be published.