ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହୋଇଥିବା ବାଲ୍ୟ ବିବାହ ନିରାକରଣ ବ୍ୟବସ୍ଥା ସମ୍ପର୍କିତ ସୂଚନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ତତ୍ୱାବଧାନରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସୁନ୍ଦର ସ୍ୱାଲସିଂ, ବିରେନ୍ଦ୍ର କୁମାର ଚନ୍ଦ୍ର , ବିଜୟ ପ୍ରଧାନ ଆଦି ପ୍ରଶାସନିକ ପ୍ରତିନିଧି ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟକୁ ଆଲୋଚନା ମାଧ୍ୟମରେ ଉପସ୍ଥିତ ଛାତ୍ରୀଙ୍କୁ ସଚେତନ କରିଥିଲେ।
ମୁଖ୍ୟତଃ ଅଦ୍ଵିକା ମୋବାଇଲ ଆପର ଡାଉନ ଲୋଡ଼ ପ୍ରକ୍ରିୟା , ବାଲ୍ୟବିବାହର ଅପକାରିତା ଓ ନିରାକରଣ ଏବଂ ଅଦ୍ଵିକା ମୋବାଇଲ ଆପର ବ୍ୟବହାର ଦ୍ବାରା ଶିଶୁ ଓ ନାବାଳିକାଙ୍କର ବ୍ୟକ୍ତିଗତ ଏବଂ ସାମାଜିକ ସମସ୍ୟାର ସମାଧାନ ଏବଂ ସେମାନଙ୍କର ଥଇଥାନ ନିମନ୍ତେ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକର ସେବା ଗ୍ରହଣ କରିବାକୁ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।
ଅଧ୍ୟକ୍ଷା ଡ଼. ସାହୁ ମଧ୍ୟ ବାଲ୍ୟବିବାହର ଭୟାବହତା ଏବଂ ଅପକାରିତା ସମ୍ପର୍କରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଏଥିରୁ ସୁରକ୍ଷା ପାଇବା ପାଇଁ ପ୍ରୟାସ କରିବାକୁ ମତବ୍ୟକ୍ତ କରିଥିଲେ।
ମହାବିଦ୍ୟାଳୟର ଯୁବ ରେଡ୍କ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.