ତ୍ରିପାକ୍ଷିକ ଆଲୋଚନାରୁ ମିଳିଲାନି ଫଳ:ଦାବି ପୁରଣ ପର୍ଯ୍ୟନ୍ତ  ଆନ୍ଦୋଳନ ଜାରି ରଖିବ ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ

0

ପଦ୍ମପୁର/ ନୀଳ ଦୀପ -ବୁଧବାର  ୪ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ପଦ୍ମପୁର ବସଷ୍ଟାଣ୍ଡ ପରିସରରେ ସ୍ଥାନୀୟ ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ ଆନ୍ଦୋଳନ ପରିପେକ୍ଷୀରେ ଏକ ତ୍ରୀପାକ୍ଷିକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ପ୍ରଶାସନିକ ତରଫରୁ ଡି.ଏମ ସମ୍ବଲପୁର ରାଜେନ୍ଦ୍ର ପୁଝାରୀ,ଅଞ୍ଚଳ ବାସିନ୍ଦାଙ୍କ ତରଫରୁ ନାଗରିକ କମିଟିର ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ  ରାମଚନ୍ଦ୍ର ତ୍ରିପାଠୀ,ସମ୍ପାଦକ ଶ୍ରୀ ଅଜିତ ଶତପଥି,ଓକିଲ ସଂଘ ସଭାପତି ଶ୍ରୀ ଯୋଗେନ୍ଦ୍ର ଭୋଇ,ବଣିକ ସଙ୍ଘ ସଭାପତି ଶ୍ରୀ ପ୍ରତାପ ମିଶ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ରାଧାବଲ୍ଲଭ ପାଣିଗ୍ରାହୀ,ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଗୌନ୍ତିଆ ସାହୁ,ବିଜେଡ଼ି ନଗର ସଭାପତି ଶ୍ରୀ ନବକିଶୋର ସାହୁ,ବିଜେପି ନଗର ସଭାପତି ଶ୍ରୀ ସୁନିଲ ଅଗ୍ରୱାଲ,ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ନିରୋଜ ଦୋରା,ଶ୍ରୀଯୁକ୍ତ ନାନକୁ ଧରୁଆ,ଶ୍ରୀ ପ୍ରତାପ ସିଂ ବରିହା, ଶ୍ରୀ ରବିନାରାୟଣ ମହାନ୍ତି,ଶ୍ରୀଯୁକ୍ତ ଶ୍ୟାମପଦ ସିହ୍ନା, ଶ୍ରୀ ସୁରେଶ ଦାସ ତଥା ଅନ୍ୟାନ୍ୟ ଅନୁଷ୍ଟାନର ପଦାଧିକାରୀମାନେ ଉପସ୍ଥିତ ଥିଲେ ।ସଙ୍ଘ ତରଫରୁ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମାଝୀ,ସମ୍ପାଦକ ଥବୀର ପଣ୍ଡା,ଉପଦେଷ୍ଟା ଅରବିନ୍ଦ ପଟ୍ଟନାୟକ,ମୁନୁ ପଣ୍ଡା ଓ ପରେଶ ନାଏକ ପ୍ରମୁଖ ପ୍ରମୁଖ ସଭାରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଡିଏମ ଶ୍ରୀ ଫୁଝାରୀ କର୍ମଚାରୀ ମାନଙ୍କ ସମସ୍ତ ଦାବୀ ଯଥାର୍ଥ ଓ ନ୍ୟାୟ ସଙ୍ଗତ ବୋଲି ସ୍ଵୀକାର  କରିଥିଲେ ଏବଂ ଉପରିସ୍ଥ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ଯଥାସମ୍ଭବ ସମାଧାନର ରାସ୍ତା  କରିବା ପାଇଁ ମତବ୍ୟକ୍ତ କରିଥିଲେ ।କିନ୍ତୁ ଅପରପକ୍ଷରେ ଦାବିପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀ ସଂଘ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.