ସିମୁଳିଆ (ଅକ୍ଷୟ କୁମାର ଜେନା): ମଇତାପୁର ମହୋତ୍ସବ କମିଟି ତତଫରୁ ଆଜି ଏକ ଗଣ ଦୌଡ ର ଆୟୋଜନ କରାଯାଇଥିଲା। ମଇତା ପୁର ଛକ ଠାରୁ ରୟାଲ ସ୍କୁଲ୍ ଯାଏଁ ଦୀର୍ଘ ପାଞ୍ଚ କିଲୋମିଟର ଅନେକ ପ୍ରତିଯୋଗୀ ଦୌଡ଼ି ଥିବାର ଦେଖା ଯାଇଥିଲା। ମହୋତ୍ସବ କମିଟି ପୂର୍ଣ୍ଣ ମାତ୍ରା ରେ ଏହାକୁ ପରିଚାଳନା କରିବା ସହ ଜଗନ୍ନାଥ ରାଇସ ମିଲର ମାଲିକ ବିଜୟ କୁମାର୍ ଗୁପ୍ତା ଫିତା କାଟି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଶିକ୍ଷାବିତ୍ ତଥା ସମାଜ ସେବୀ ମଇତା ପୁର ମହୋତ୍ସବର ତ୍ରାଣକର୍ତ୍ତା ବିଷ୍ଣୁ ମୋହନ ମହାନ୍ତି , ମହୋତ୍ସବ କମିଟି ର ସଦସ୍ୟ ତଥା ଶିକ୍ଷାବିତ୍ ପଦ୍ମଲୋଚନ ଦାସ, କିରଣ ଧିନ୍ଦା, ଧିଲନ ମହାନ୍ତି, ବରିଷ୍ଠ ସାମ୍ବାଦିକ ସିମୁଳିଆର ଭରତ ଚନ୍ଦ୍ର ଦାସ, ପୁର୍ବତନ ଆର୍ମି ଅଫିସର ପ୍ରତାପ ମହାନ୍ତି ଦୌଡରେ ଭାଗ ନେଇଥିବା ପ୍ରତି ଯୋଗୀ ଙ୍କୁ ଉତ୍ସାହିତ କରିବା ସହ ପ୍ରଥମ, ଦ୍ଵିତୀୟ, ତୃତୀୟ ପ୍ରତିଯୋଗୀ ଙ୍କୁ ଆଜି ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ପୁରସ୍କାର ବିତରଣ ହେବା ର କରାଯିବାର କାର୍ଯ୍ୟକ୍ରମ ରହିଛି।
Sign in
Sign in
Recover your password.
A password will be e-mailed to you.
Prev Post