ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ୭ଦଫା ଦାବି ପୂରଣ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଜେଲ-ଭରୋ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆଶାକର୍ମୀ ମାନଙ୍କ ଦୀର୍ଘ ଦିନ ହେଲାଣି ସେମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ତଥା ମୌଳିକ ଦାବୀ ଗୁଡ଼ିକ ପୁରଣ ହୋଇ ନ ଥିବା ଯୋଗୁଁ ସେହି ଦାବୀକୁ ପୁନଃ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ପ୍ରଦୀପ କୁମାର ନାୟକଙ୍କୁ ୭ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏହି ଅବସରରେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସଂପାଦକ ଶ୍ରୀ ସୁଜିତ ପ୍ରଧାନ ଏବଂ ଆଶାକର୍ମୀ ସଂଘର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସମୀକ୍ଷା ଗମାଙ୍ଗ ଓ ସମ୍ପାଦିକା ଶ୍ରୀମତୀ ବିଷ୍ଣୁ ବିହାରୀଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ସଂଖ୍ୟାରେ ଆଶାକର୍ମୀ ସିଡିଏମଓ:ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।
ସେଠାରେ ସେମାନଙ୍କ ୭ ଦଫା ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ଉପରେ ବିକ୍ଷୋଭ ସଭା ମାଧ୍ୟମରେ ଦୋହରାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।
ସେହି ୭ ଦଫା ଦାବି ଗୁଡ଼ିକ ହେଲା ଯଥା:- ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ ଓ ଆଶା କର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ଘୋଷଣା କରାଯାଉ , ଆଶାକର୍ମୀ ମାନଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା ମାସିକ ବେତନ ଦିଆଯାଉ , ସାମାଜିକ ସୁରକ୍ଷା ଅନ୍ତର୍ଗତ ଗ୍ରାଚୁଇଟି , ଇପିଏଫଓ ଓ ଇଏସଆଇସି ଲାଗୁ କରାଯାଉ , ଅବସର ଗ୍ରହଣ କରୁଥିବା ଆଶାକର୍ମୀ ମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଓ ମାସିକ ୫ ହଜାର ଟଙ୍କା ପେନସନ ଦିଆଯାଉ , ଯୋଗ୍ୟ ଆଶା କର୍ମୀଙ୍କୁ ଏ.ଏନ୍.ଏମ୍ ପଦବୀକୁ ପଦୋନ୍ନତି ଦିଆଯାଉ , ଆକସ୍ମିକ ମୃତ୍ୟୁରେ ୧୦ ଲକ୍ଷ ଟଙ୍କା ସହାୟତା ରାଶି ସହ ପରିବାରରୁ ଜଣଙ୍କୁ ନିଯୁକ୍ତି ଦିଆଯାଉ , କୋଭିଡ୍-୧୯ରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କୁ ସରକାର ଘୋଷଣା କରିଥିବା ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ।
Sign in
Sign in
Recover your password.
A password will be e-mailed to you.