ବାସୁଦେବପୁର- ବାସୁଦେବପୁର ସ୍ଥିତ ସ୍ଥାନୀୟ ଅଟଳ ବିହାରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆୟୋଜିତ ହୋଇ ଯାଇଛି। ଦୁଇ ଦିନ ଏହି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷ ବ୍ୟୋମକେଶ ଚନ୍ଦନ କୁମାର ଜେନା ଓ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ବାରିକ୍ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରି ଥିବା ବେଳେ କ୍ରୀଡା ସଂଯୋଜକ ସୁଜାତା ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ପ୍ରତିଯୋଗିତା ରେ ସହ ସଂଯୋଜକ ଅଧ୍ୟାପକ ଭାସ୍କର ଚନ୍ଦ୍ର ବିଶ୍ବାଳ, ସତ୍ୟ ରଞ୍ଜନ ମଲ୍ଲିକ, ବିଶ୍ୱଜିତ୍ ସାହୁ, ଲକ୍ଷ୍ମୀ ଧର ଦାସ ଙ୍କ ସହୋଯୋଗ ରେ ପରିଚାଳନା ହୋଇ ଥିଲା। ଖେଳ ଗୁଡ଼ିକ ପିଟି ଲକ୍ଷ୍ମଣ ବାରିକ, ଗୋପାଳ ଚନ୍ଦ୍ର ମହାକୁଡ ଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ। ଦୌଡ, ଲମ୍ବ ଡ଼ିଆଁ, ଭଳି ଅନେକ ଖେଳ ଗୁଡ଼ିକ ର ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ପାଢ଼ୀ ଓ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇ ଥିଲେ।
Sign in
Sign in
Recover your password.
A password will be e-mailed to you.