ଜଗତସିଂହପୁର ସାଂସ୍କୃତିକ ପରିଷଦ ପୁସ୍ତକମେଳା ନିମନ୍ତେ ସ୍ମରଣିକା କମିଟି ବୈଠକ ଅନୁଷ୍ଠିତ

0 2

ଜଗତସିଂହପୁର/ସୁମନ୍ତକୁମାରଦାସ

ଜଗତସିଂହପୁର ସାଂସ୍କୃତିକ ପରିଷଦ ଦ୍ବାରା ଆହୋଜିତ ପୁସ୍ତକ ମେଳା ୨୦୨୩ ନିମନ୍ତେ ସ୍ମରଣିକା କମିଟି ବୈଠକ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକର ନିଷ୍ପତି ଅନୁଯାୟୀ ଜଗତସିଂହପୁର ଜିଲ୍ଲାର ଐତିହ୍ୟ,ଭୁଗଳ, ପରିବେଶ, ଶିକ୍ଷା, ସଂସ୍କୃତି, ବ୍ୟକ୍ତିତ୍ଵ ସଂପର୍କିୟ ଲେଖାମାନ ପୁସ୍ତକ ମେଳା ସ୍ମରଣିକା “ସ୍ମୃତି ପତ୍ର”ରେ ପ୍ରକାଶ କରାଯିବ।
ଏହି ସଂପର୍କିତ ତଥ୍ୟଭିତ୍ତିକ ପ୍ରବନ୍ଧ ଗୁଡ଼ିକ ଚଳିତ ଡିସେମ୍ବର ମାସ ୨୫ ତାରିଖ ସୁଦ୍ଧା ଜଗତସିଂହପୁର ସାଂସ୍କୃତିକ ପରିଷଦର ସମ୍ପାଦକ ସାରଦା ପ୍ରସାଦ ଦାସ ଙ୍କ ନିକଟରେ ପହଞ୍ଚିବାକୁ ଅନୁରୋଧ । ବୈଠକରେ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ,ଉପ ସଭାପତି ବିଜୟ କୁମାର ରାଉତ, ସଦସ୍ୟ ଅଧ୍ୟାପକ ପ୍ରଦୀପ କୁମାର ସତପଥି, ଡ଼ ଜ୍ୟୋତିର୍ମୟୀ ମହାନ୍ତି,ଡ଼ ନିରଞ୍ଜନ ବିଶ୍ୱାଳ, କୈଳାସ ମଲ୍ଲିକ, ମନୋଜ କୁମାର ଦାସ, ମାନସ କୁମାର କାନୁନଗୋ, ଅମରଜ୍ୟୋତି ସାହୁ, ଯୁଗ୍ମ ସମ୍ପାଦକ ନରେଶ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.