ଜଗତସିଂହପୁର/ସୁମନ୍ତ କୁମାର ଦାସ:ଗୁରୁବାରରୁ ବୁଧବାର ତାରିଖ ୯ ତାରିଖରୁ ୧୩,୨୦୨୨,୨୩ ରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଜଗତସିଂହପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ବୀରକିଶୋର ପରିଡା, ସମ୍ମାନିତ ଅତିଥି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ କାମିନୀ ରଞ୍ଜନ ପଟନାୟକ, ସଂସ୍କୃତି ବିଭାଗ ଅଧିକାରୀ ଶ୍ରୀଯୁକ୍ତ ଦିଲୀପ କୁମାର ଜେନା, ମଞ୍ଚ ଅଭିନେତା ସୁରେଶ ପ୍ରଧାନ ଓ ସଭାପତି ଅଶୋକ କୁମାର ମୁଦୁଲି ଉପସ୍ଥିତ ଥିଲେ l ମା ଲକ୍ଷ୍ମୀ ପୂଜା କମିଟି, ନୂଆପାଟଣା ର ସଭାପତି, ସମ୍ପାଦକ, ଉପଦେଷ୍ଟା, ପରିଚାଳକ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିଥିଲେ l ଏହି ମହୋତ୍ସବର ଉଦେଶ୍ୟ ଓ ସମାଜପ୍ରତି ଲାଭଦାୟକ ବିଷୟରେ ଅତିଥି ମାନେ ତାଙ୍କ ଅଭିଭାଷଣ ରେ କହିଥିଲେ. ଦୀର୍ଘ ସାତ ଦିନ ମହୋତ୍ସବରେ କଳା, ସଂସ୍କୃତି ଓ ପରମ୍ପରା ଭିତ୍ତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କ ସହିତ ସାଇ ଡ୍ୟାନ୍ସ ଗ୍ରୁପ, କେନ୍ଦ୍ରାପଡ଼ା, ଏମ. ଏମ. ଅରକେଷ୍ଠl, ଭୁବନେଶ୍ୱର ଓ ଓଡିଶାର ଅଗ୍ରଣୀ ଯାତ୍ରା ଅନୁଷ୍ଠାନ ଯାତ୍ରା ରଙ୍ଗ ମହଲ ଯାତ୍ରା ପରିବେଷଣ କରିଥିଲେ l ମହୋତ୍ସବ ର ସଫଳତା କୁ ଦୃଷ୍ଟିରେ ରଖି ଅନୁଷ୍ଠାନର କର୍ମକର୍ତ୍ତା ସରପଞ୍ଚ ଲିପକ ସାହୁ, ସମ୍ପଦ ବେହେରା, ଚିତ୍ତ ରଞ୍ଜନ ଦାସ, ବିନୟ ପାତ୍ର, ଗୌତମ ପୃଷ୍ଟି, ଅଶୋକ, ସିଲୁ, ମଣ୍ଟୁ, ନଳ, ଧୁକୁନୁ, ବିଜୟ, ପପୁ, ଜପୁ, ବାବୁ, ସୋନୁ, ଲିଟୁନୁ, ଧୀର, ଶିବ, ନିଲୁ, ରାଜା, ଶିବୁ, ଦେବୁ, ସତ୍ୟ, ରାହୁଲ, ହରମୋନ, ଭାଗିଆ, ଅନିଲ ପ୍ରବୃତ୍ତି ଗଣମାଧ୍ୟମରେ ଆସନ୍ତା ବର୍ଷ ରେ ଅଧିକ ସରସ ସୁନ୍ଦର କରିବାକୁ ଚେଷ୍ଟା କରିବୁ କହିଥିଲେ l ଶେଷରେ ମା ଲକ୍ଷ୍ମୀଙ୍କର ଭଷାଣୀ ଯାତ୍ରା ହୋଇଥିଲା l
Sign in
Sign in
Recover your password.
A password will be e-mailed to you.