ବାସୁଦେବପୁର/ପ୍ରତାପ ପାଢ଼ୀ – ବାସୁଦେବପୁର ର ସର୍ବ ପୁରାତନ ମନ୍ଦିର ପ୍ରସନ୍ନ ଦେବ ମନ୍ଦିର ର ବିଧାୟକ ଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ ଉଜ୍ଜଳ ଆଲୋକୀକରଣର ଶୁଭ ଉଦଘାଟନ କଲେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍ ଓ ସ୍ଥାନୀୟ ୱାର୍ଡ କାଉନ ସିଲର ଜୟନ୍ତୀ ସାହୁ। ଏହି ଅବସର ରେ ବିଧାୟକ ମନ୍ଦିର ର ଅନେକ ଉନ୍ନତି ମୂଳକ କାର୍ଯ୍ୟ ବିଷୟ ରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସ୍ଥାନୀୟ ଜନ ସାଧାରଣ ଙ୍କ ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ। ମନ୍ଦିର ର ପ୍ରବେଶ ରାସ୍ତା ରେ ଏକ ଫାଟକ ବ୍ୟବସ୍ଥା ସହ ପୋଖରୀ ଚାରିପାଖ ଓ ଏକ ବଡ ପାର୍କ ସହ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ବିଷୟ ରେ ଆଲୋଚନା କରିଥିଲେ। ଏହି ଅବସର ରେ ବିଧାୟକ ଙ୍କ ସହ ପୌର ଅଧ୍ୟକ୍ଷା, ସମାଜ ସେବୀ ଶୁଭେନ୍ଦୁ ଭୂଷଣ ବେହେରା, ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍, ଶ୍ୟାମ ସୁନ୍ଦର ମହାନ୍ତି,ପୂର୍ବତନ ୱାର୍ଡ କାଉଅନ ସିଲର ମାନସ ରଞ୍ଜନ ସାହୁ, ଟ୍ରଷ୍ଟ ବୋର୍ଡ ସଦସ୍ୟ, ପ୍ରସନ୍ନ ଦେବ ସେନା ସଦସ୍ୟ, ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.