ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ

0 1

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଗ୍ରାମର ଚିତରଂଜନ ବାରିକଙ୍କ ଏକ ବଖରା ଗୃହ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ଭସ୍ମୀଭୂତ ହୋଇଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ନିଆଁକୁ ଲିଭାଇବା ନିମନ୍ତେ ଅକ୍ଲାନ୍ତ ଉଦ୍ୟମ କରିଥିଲେ ମଧ୍ୟ ଲିଭାଇ ପାରିନଥିଲେ । ଫଳରେ ବିପନ୍ନ ପରିବାର ଖୋଲା ଆକାଶ ତଳେ ଶୀତ, କାକର , ଖରା ତାତି ସହି ପଡ଼ିରହିଥିବାର ଖବର ପ୍ରଚାର ପ୍ରସାର ହେବା ପରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦ୍ଦେଶ କ୍ରମେ ସଙ୍ଗେ ସଙ୍ଗେ ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା,ସମାଜସେବୀ ପ୍ରମୋଦ କୁମାର ସ୍ୱାଇଁ, ମୃତ୍ୟୁଞ୍ଜୟ ସ୍ୱାଇଁ, ଅନିଲ କୁମାର ଭୂୟାଁ, ଜ୍ୟୋତିପ୍ରକାଶ ସ୍ୱାଇଁ ପ୍ରମୁଖ ଅଗ୍ନିବିପନ୍ନ ଚିତରଂଜନ ବାରିକ ଙ୍କ ପରିବାର ନିକଟରେ ପହଂଚି ଶୁଖିଲା ରେସନ ସାମଗ୍ରୀ, ଜରିପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତେଣୁ ବିଧାୟକ ପ୍ରତାପ ଜେନାଙ୍କ ଏଭଳି ପଦକ୍ଷେପ ପାଇଁ ଅଗ୍ନିବିପନ୍ନ ପରିବାର ତରଫରୁ ବିଧାୟକଙ୍କୁ ସାଧୁବାଦ ଜଣାଯାଇଛି ।

Leave A Reply

Your email address will not be published.