ଧନ ସମ୍ପତି ପାଇବା ଲୋଭ ରେ ଜେଜେ ଙ୍କୁ ଜୀବନରୁ ମାରିଦେବା ସହ ଜେଜେମାଆ ଙ୍କୁ ମରଣାନ୍ତକ ଆକ୍ରମଣ କରିଛି ନାତି ଓଂକାର l

0

(ନିଶ୍ଚିନ୍ତକୋଇଲି – ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା କଳମିଶ୍ରି ଗ୍ରାମ ପଞ୍ଚାୟତ ଲେଣ୍ଡୁରାଭଗବାନପୁର ଗ୍ରାମରେ ଘଟିଛି ଚୋରି, ହତ୍ୟା ଘଟଣା l ନାତି ଧନ ସମ୍ପତି ପାଇବା ଆଶାରେ ଜେଜେଙ୍କୁ ଜୀବନରୁ ଗଳା କାଟି ହତ୍ୟା କରିବା ସହ ଜେଜେ ମାଆଙ୍କୁ ଗୁରୁତ୍ତର କରିଥିବାର ଘଟଣା ପର୍ଦ୍ଦାଫାସ କରିଛି ପୋଲିସ l ଏହି ଘଟଣାରେ କେବଳ ଟଙ୍କା ଓ ସୁନା ପାଇଁ ନାତି ଓଁକାର ମୁଦୁଲି ତାର ଜେଜେ ହୃଷିକେଶ ମୁଦୁଲି ଓ ଜେଜେମା କନକଲତା ମୁଦୁଲି ସୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଚୋରି ଉଦେସ୍ୟରେ ଗଡରେଜ ଖୋଲିବା ବେଳେ ଜେଜେ ଦେଖିଦେଇଥିଲେ l ଏହି ସମୟରେ ଓଁକାର ଉତକ୍ଷୀପ୍ତ ହୋଇ ଜେଜେଙ୍କୁ କଟୁରିରେ ମରଣାତ୍ମକ ଆକ୍ରମଣ କରିଥିଲା, ପରେ ପରେ ଜେଜେ ମାଆ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଜେଜେଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେବା ଏହାକୁ ଦୁର୍ଘଟଣା ରୂପ ଦେବା  ପାଇଁ  ସେ ଘରେ କମଳ ରେ ନିଆଁ ଲଗାଇ ଦେଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓଁକାର ଠାରୁ 4ହଜାର 170 ଟଙ୍କା, ସୁନା ଚେନ , କାନଫୁଲ ହଳ, ରୁପା ଗହଣା, ସୁନା ସଂଖା , ବହୁଟି, ଫରୁଆ ସହ ମାରଣାସ୍ତ୍ର ଜବତ କରିଛି ପୋଲିସ। ଏ ସମ୍ପର୍କ ରେ ଏକ ପ୍ରେସ ମିଟରେ ସାଲେପୁର sdpo ବିମଳ କୁମାର ବାରିକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.