ବାଚସ୍ପତି ଙ୍କୁ ଭେଟି ଆଶୀର୍ବାଦ ନେଲେ ବର୍ଷା: ସୋମବାର ନେଇପାରନ୍ତି ଶପଥ

0

ବରଗଡ :- ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିଜର ବିରୋଧୀ ମାନଙ୍କୁ ରେକର୍ଡ ମାର୍ଜିନ ବ୍ୟବଧାନ ରେ ପରାଜିତ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ବିଧାୟିକା ଭାବରେ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ପଦ୍ମପୁର ଜନସାଧାରଣ ଙ୍କର ପ୍ରଚୁର ଆଶୀର୍ବାଦ ପାଇବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ଙ୍କୁ ନବୀନ ନିବାସ ରେ ସାକ୍ଷାତ କରି ଆଶୀର୍ବାଦ ନେଇଥିଲେ । ଆଜି ସକାଳେ ବିଧାୟିକା ବର୍ଷା ରାଣୀ ସିଂ ବରିହା , ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦକର ମଙ୍ଗ ଧରିଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ସହିତ ଓଡ଼ିଶା ବିଧାନସଭା ର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଙ୍କର ବାସଭବନରେ ମାନ୍ୟବର ବାଚସ୍ପତି ଙ୍କୁ ସାକ୍ଷାତ କରି ତାଙ୍କର ଆଶୀର୍ବାଦ ନେଇଥିଲେ । ପ୍ରାପ୍ତ ସୂଚନା ଅନୁସାରେ ନବନିର୍ବାଚିତ ବିଧାୟିକା ବର୍ଷା ରାଣୀ ସିଂ ବରିହା ଆସନ୍ତା ସୋମବାର ବିଧିବଦ୍ଧ ଭାବରେ ବିଧାନସଭା ର ସଭ୍ୟ ଭାବରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.