ପିତୃମାତୃ ହୀନ ଅବହେଳିତ ଶିଶୁକୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୬-୭-୨୦୨୨ ରିଖରେ ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଧିନସ୍ଥ ଏକ ଗ୍ରାମରେ ଏକ ୧୨ ବର୍ଷର ଶିଶୁ ଅବହେଳିତ ହୋଇ ଜୀବନ ବିତାଉ ଥିବାର ଖବର ଏକ ଗଣମାଧ୍ୟମ ପ୍ରତିନିଧି ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କୁ ଜଣାଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ସଙ୍ଗେ ସଙ୍ଗେ ମୋହନାର ଏକ ଶିଶୁ ଯତ୍ନ ଅନୁଷ୍ଠାନ ଡେ ସ୍ଟାର ହୋମର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯଥାଶିଘ୍ର ଶିଶୁଙ୍କୁ ଉଦ୍ଧାର କରିବାକୁ। ଡେ ସ୍ଟାର ହୋମର ୩ ଜଣ କର୍ମଚାରୀ ଇସମାଇଲ ମାଝୀ , ନିହିମିୟା ମଣ୍ଡଳ ଓ ସୂରିୟ ନାରାୟଣ ଚୌଧୁରୀ ଶିଶୁଙ୍କ ଗାଁରେ ପହଞ୍ଚି ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରି ଆଜି ଶିଶୁ କଲ୍ୟାଣ ସମିତି ଗଜପତିଙ୍କ ନିକଟରେ ଥଇଥାନ ପାଇଁ ଉପସ୍ଥାପନ କରିଛନ୍ତି।
ପ୍ରକାଶ ଥାଉକି ଶିଶୁଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଛି ଓ ମାତା ଶିଶୁକୁ ଛୁଆବେଳୁ ଛାଡି ଦ୍ବିତୀୟ ବିବାହ କରି ଚାଲିଯାଇଥିଲେ।
ଫଳ ସ୍ଵରୁପ ଶିଶୁ ଜଣକ ନିଜ ବୃଦ୍ଧ ଓ ବୃଦ୍ଧା ଅଜା ଆଇଙ୍କ ପାଖରେ ଅତି ଦୟନୀୟ ଅବସ୍ଥାରେ ରହି ଆସୁଥିଲେ । ଶିଶୁ କଲ୍ୟାଣ ସମିତି ସୁପାରିସ କ୍ରମେ ଶିଶୁକୁ ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରି ଶିଶୁଙ୍କୁ ମାଗଣାରେ ରହିବା ଖାଇବା ପଢିବା ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।

Leave A Reply

Your email address will not be published.