ଜିଲ୍ଲା ପଶାସନ ଯୋଗୁଁ ବଞ୍ଚିବାର ରାହା ପାଇଲା ଅସହାୟ ଶିଶୁ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଏକ ବିଶେଷ ସୁତ୍ରରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ମିଳିଲା ଯେ ଗୁମା ବ୍ଲକର ଏକ ସାତ ବର୍ଷର ଶିଶୁ ଯାହାଙ୍କର ପିତାଙ୍କ ମୃତ୍ୟୁ ପରେ ତାଙ୍କର ମା ଛାଡି କେଉଁଆଡେ ପାଇଯାଇଛନ୍ତି ଏବଂ ଶିଶୁ ଜଣକ ଏଣେ ତେଣେ ବୁଲୁଛନ୍ତି। ତାଙ୍କର ୭୦ ବର୍ଷର ଜେଜେ ମା କିଛି କରିପାରୁନାହାଁନ୍ତି। ଖବର ପାଇବା ପରେ ଜିଲ୍ଲା ଶିଶୁ  ସୁରକ୍ଷା ଅଧିକାରୀ ତୁରନ୍ତ ସହାୟତା ପାଇଁ ଚାଇଲଡ ଲାଇନ କୁ ଜଣାଇଥିଲେ। ଚାଇଲଡ ଲାଇନ ଦୁଇ ଦିନ  ଖୋଜିବା ପରେ ଶିଶୁକୁ ଉଦ୍ଧାର କରି  ଶିଶୁ  କଲ୍ୟାଣ  ସମିତିଙ୍କ ନିକଟରେ  ହାଜର କରିବା ପରେ ଶିଶୁ  କଲ୍ୟାଣ  ସମିତି ଶିଶୁଙ୍କ ବିଷୟ ଜାଣିବା ପରେ  ଶିଶୁକୁ ଆର୍. ସୀତାପୁରର ଶୀ ଜଗନ୍ନାଥ ନିକେତନ ଶିଶୁ ଯତ୍ନ  ଅନୁଷ୍ଠାନରେ ଥଇଥାନ କରିଛନ୍ତି । ଶିଶୁଙ୍କର ମାଗଣାରେ ଖାଇବା ରହିବା  ଓ ପଢିବା ଖର୍ଚ୍ଚ  ଜିଲ୍ଲା ପ୍ରଶାସନ  ବହନ କରିବା ସହ ଶିଶୁର ସମସ୍ତ ଦାୟିତ୍ୱ ନେଲା ଜିଲ୍ଲା ପ୍ରଶାସନ।

Leave A Reply

Your email address will not be published.