ଉନବିଂଶତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ବଣ ଭୋଜି ମହୋତ୍ସବ ପାଳନ

0 2

ଜଗତସିଂହପୁର/ସୁମନ୍ତକୁମାରଦାସ:ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୂନଙ୍ଗ ଗ୍ରାମ ପଞ୍ଚାୟତ ର ପୁନଙ୍ଗ ଗ୍ରାମରେ ଥିବା ଶ୍ରୀ ଶ୍ରୀ ସିଦ୍ଧ ବାରଙ୍ଗ ପୀଠରେ ଉନବିଂଶତମ ବିଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ବଣ ଭୋଜି ମହୋତ୍ସବ ପୋଲିସ ପରିବାରର ତରଫରୁ ବହୁ ଧୁମ୍ ଧାମରେ ପାଳନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନେ ଭଜନ ସମାରୋହରେ ଯୋଗ ଦେଇଥିଲେ l ମିଳିଥିବା ସୂଚନା ଅନୁଯାୟୀ, ଗତ ମାସ 28 ତାରିଖରୁ ଦୀର୍ଘ 7 ଦିନ ଧରି ଶ୍ରୀ ରାମ ଚରିତ ମାନସ ଚାଲିବା ପରେ ଆଜି ଅର୍ଥାତ 06/12/22 ତାରିଖ ମଙ୍ଗଳବାର ଦିନ ସମାପ୍ତ ହୋଇଛି। ଏହି ଉତ୍ସବ ରେ ବହୁ ପଣ୍ତିତ ମାନଙ୍କ ଦ୍ଵାରା ମଙ୍ଗଳା ଚରଣ, ଶିବ ପାର୍ବତୀ ବିବାହ, ତାଡକା ବଧ, ଅହଲ୍ୟା ଉଦ୍ଧାର,ମିଥିଳା ଯାତ୍ରା, ସୀତା ସ୍ଵୟମ୍ବର, ପର୍ଶୁରାମ ଭେଟ, ମନ୍ଥରାର ଯନ୍ତ୍ରଣା, ପ୍ରଭୁ ବନବାସ , ସୀତା ହରଣ, ରାବଣ ଜଟାୟୁ ପ୍ରସଙ୍ଗ, ଶବରୀ ଉପାଖ୍ୟାନ, ସୁଗ୍ରୀବ ସହ ମିତ୍ରତା , ବାଳି ବଧ, ସେତୁ ବନ୍ଧ ନିର୍ମାଣ, ରାବଣ ବଧ ଓ ଗରୁଡ଼ ସମ୍ବାଦ ପ୍ରଭୁତି ଉପାଖ୍ୟାନ ବ୍ୟାଖ୍ୟା ହୋଇଥିଲା। ପରିଶେଷରେ ତା 6/12/22 ରିଖ ମଙ୍ଗବାର ପାଷାଣ ଚତୁର୍ଦ୍ଦଶୀ ତିଥି ନବାନ୍ନ ପାରାୟଣ ଜ୍ଞାନଯଜ୍ଞ ର ଉଦଯାପନୀ ଦିବସ ଓ ବାରଙ୍ଗ ଭୋଜି ଶ୍ରୀକ୍ଷେତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗତ ଦୁଇ ବର୍ଷ ହେବ କୋରୋନା କଟକଣା ଥିବାରୁ ଏଭଳି ଉତ୍ସବ ପାଳନ ହେଇପାରୁନଥିଲା କିନ୍ତୁ ଚଳିତ ବର୍ଷ ସାରା ଜିଲ୍ଲାରୁ ତଥା ଜିଲ୍ଲା ବାହାରୁ ମଧ୍ୟ ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟକ ଭକ୍ତ ମାନଙ୍କର ସମାବେଶ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.