କପସିପାଲି ଠାରେ ପ୍ରଥମ କରି ମହାଲକ୍ଷ୍ମୀପୂଜା ଆୟୋଜିତ:ଲକ୍ଷ୍ମୀପୂଜା ପାଇଁ ଅଞ୍ଚଳ ଉତ୍ସବମୁଖର

0 2

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) – ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଲି ଠାରେ ପ୍ରଥମ ବର୍ଷ ମହାଲକ୍ଷ୍ମୀପୂଜା ଆୟୋଜିତ ହୋଇଥିବା ବେଳେ କଳସ ଶୋଭାଯାତ୍ରା ଅତି ଆକର୍ଷଣୀୟ ଥିଲା। ଏହି ଶୋଭାଯାତ୍ରାରେ ଶତାଧିକ ହରିଜନ ମହିଳା ଘଣ୍ଟ, ଶଙ୍ଖ, କୀର୍ତ୍ତନ ବାଦ୍ୟର ପାରମ୍ପାରିକ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ।ସ୍ଥାନୀୟ ଚିରଖାଇ କଟାରୁ ମହିଳା ମାନେ କଳସରେ ଜଳ ଆଣିଥି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । କର୍ତ୍ତା ଭାବରେ ଚର୍ଚ୍ଚିତ ଲେବର ସର୍ଦାର ଚଏତୁ ଛୁରା ଓ ତାଙ୍କ ଧର୍ମ ପତ୍ନୀ ପିରବତୀ ଛୁରା ପୂଜାରେ ବସିଥିବା ବେଳେ ପୂଜକ ରତାଙ୍ଗ ପାଢ଼ୀ ପୂଜାକାର୍ଯ୍ୟ ନିର୍ବାହ କରୁଛନ୍ତି ।ପୂଜାକମିଟିର ସଭାପତି ହୀରାଧର ମହାନନ୍ଦ,ସମ୍ପାଦକ ଶିବରାମ କୁମ୍ଭାର,କୋଷାଧକ୍ଷ ପ୍ରଦୀପ ମହାନନ୍ଦ ସହିତ କମିଟିର ସଦସ୍ୟ,ସୁବାସ ଛୁରା,ଚୂଡ଼ାମଣି ଛୁରା,ସାଏବ ମହାନନ୍ଦ,ବନମାଳୀ ପାଇକ,ମାନୁ କୁମ୍ଭାର,ଖଗେଶ୍ୱର ମହାନନ୍ଦ, ବଣକୁ ମହାନନ୍ଦ,ଶଙ୍କର ମହାନନ୍ଦ,ମକାରୁ ମହାନନ୍ଦ, ରାଜାରାମ ମହାନନ୍ଦ,କନସିଂ ମହାନନ୍ଦ, କୁନୁ ମହାନନ୍ଦ,ଜଗ ମହାନନ୍ଦ, ବିନୋଦ କୁମ୍ଭାର,ଦଶରଥ କୁମ୍ଭାର,ଚ୍ୟତନ୍ୟ ମହାନନ୍ଦ ପ୍ରମୁଖ ଉତ୍ସବର ଆୟୋଜନ କରିଥିଲେ ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡ ନୃତ୍ୟ, ପ୍ରବଚନ, ଓ ମିନାବଜାର ଆଦିର ଆୟୋଜନ ହୋଇଥିବାରୁ ପ୍ରତ୍ୟହ ଜନସମୁଦ୍ର ପରିଲକ୍ଷିତ ହୁଏ ।

Leave A Reply

Your email address will not be published.