ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ରେ ଦୁର୍ବୃତ୍ତ ମାନେକେତେ ବେଳେ ଦୋକାନ ତ ଆଉ କେତେବେଳେ ମନ୍ଦିର, ପୁଣି କେତେବେଳେ କାହା ଘରେ ପଶିଲେଣି ତ କେତେବେଳେ କାହା ଗାଡ଼ି ଚୋରି ଏମିତି ପ୍ରତ୍ୟେକ ଦିନ ଘଟଣା ଘଟାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଥିବା ବେଳେ ସିମୁଳିଆ ପୋଲିସ ସେମାନଙ୍କର କୋୖଣସି ଟେର ପାଉ ନାହିଁ। ଏହି କିଛି ଦିନ ହେବ ମାର୍କୋଣା ଷ୍ଟେସନ ବଜାର, କୁଣିଆରୀ ମା ମଙ୍ଗଳା ମନ୍ଦିର, କଂଚାପଡାର ଜଣେ ମହିଳାଙ୍କ ଘରେ ପଶି ଚୋରି କରିନେଇଥିବା ବେଳେ ଆଜି ପୁଣି ଭଗିଆ ଗ୍ରାମରେ ଥିବା ମା ଭଗିଆ ଶୁଣି ମନ୍ଦିର ଏବଂ ପାଖରେ ଥିବା ବାବା ଭୋଗେଶ୍ୱର ମହାଦେବ ମନ୍ଦିର ରେ ଚୋର ମାନେ ତାଲା ଭାଙ୍ଗି ଚୋରି କରିନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମା ଭଗିଆଶୁଣି ମନ୍ଦିରର ତାହା ଭାଙ୍ଗି ଦୁଇଟି ରୂପା ମୁକୁଟ, ହାର, ସୁନାର ବେଲ ପତ୍ର, ଦାନ ବାକ୍ସରୁ ଟଙ୍କା ଚୋରି କରି ବିଲରେ ଦାନ ବାକ୍ସ କୁ ବିଲ ରେ ଫିଙ୍ଗି ଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ ମନ୍ଦିରର ତାଲା ଭଙ୍ଗା ଯାଇଥିବାର ଦେଖି ସିମୁଳିଆ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ପୋଲିସ ସକ୍ରିୟ ରହିବା ସହ ବିଭିନ୍ନ ମୁଖ୍ୟ ସ୍ଥାନରେ ସିସିଟିଭି କ୍ୟାମେରା ଲଗା ଗଲେ କିଛି ମାତ୍ରାରେ ଚୋର ଧରାପଡନ୍ତେ ବୋଲି ବୁଦ୍ଧିଜିବି ମତପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post