ଯୁବତୀଙ୍କ ଆତ୍ମହତ୍ୟା ଘଟଣା, ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ

0

ଭଦ୍ରକ: (ସତ୍ୟବ୍ରତ ନାୟକ) ଯୁବତୀଙ୍କ ଆତ୍ମହତ୍ୟା ଘଟଣା। ଦୋଷୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ। ଭଦ୍ରକ ମେଡିକାଲ ଛକଠାରେ ରାସ୍ତା ଅବରୋଧ କଲା ନବନିର୍ମାଣ ଛାତ୍ର ସଂଗଠନ। ଗତକାଲି ଚରମ୍ପା ବରାଳପୋଖରୀ ଅଞ୍ଚଳର ଜଣେ ଯୁବତୀ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ବି ପୋଲିସ ପ୍ରଶାସନ ଚୁପ୍ ବସିଛି। ଯାହାର ପ୍ରତିବାଦରେ ନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। କାହିଁକି ଯୁବତୀ ଜଣଙ୍କ ଆତ୍ମହତ୍ୟା କଲେ ତାକୁ ନେଇ ପରିବାର ଲୋକେ ପୋଲିସକୁ ଯବାବ ମାଗୁଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଯାହାକୁ ନେଇ ନବନିର୍ମାଣ ଛାତ୍ର ସଙ୍ଗଠନ ରାସ୍ତା ଅବରୋଧ କରିଛି।  

Leave A Reply

Your email address will not be published.