ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏ.ପି.ଜେ ଅବଦୁଲ କଲାମ ଚାରିଟେବୁଲ୍ ଟ୍ରଷ୍ଟ ଖଲିକୋଟ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ , ହିଞ୍ଜିଳିକାଟୁ ଓ ସାଇଟ୍ ସେଭର୍ସ ଇଣ୍ଟର୍ନ୍ୟାସନାଲଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଶିବିରକୁ ଡ଼ଃ.ପ୍ରଦୀପ କୁମାର ପାତ୍ର ( ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ) , ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡା. ପତିତପାବନ ବାରିକ, ଶ୍ରୀମତି ଶିଳ୍ପା ପାତ୍ର ( ସରପଞ୍ଚ, ଗୁରାଣ୍ଡି ଗ୍ରାମ ପଞ୍ଚାୟତ), ମମତା ପାଢ଼ୀ ( ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀଣୀ, ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର), ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା (ନିର୍ଦ୍ଦେଶକ, ଏ.ପି.ଜେ ଅବଦୁଲ କଲାମ ଚାରିଟେବୁଲ୍ ଟ୍ରଷ୍ଟ ), ଶ୍ରୀ ଏନ୍. ଶ୍ରୀନିବାସୁଲୁ , ଶ୍ରୀ ଭଗବତ ପାଢି (ସମାଜସେବୀ, ବରିଷ୍ଠ ଲେଖକ ),ଶ୍ରୀ ବିନୋଦ ଜେନା (ସମାଜସେବୀ, ବରିଷ୍ଠ ନାଗରିକ ) ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ଏଥିରେ ସମସ୍ତ ପ୍ରକାର ଚକ୍ଷୁର ପରୀକ୍ଷା ନିଃଶୁଳ୍କରେ ୧୨୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ୨୧ ଜଣଙ୍କୁ ଚସମା ଦିଆଯାଇଥିବା ବେଳେ ୬୮ ଜଣଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା ଓ ୩୦ ଜଣଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ନିମନ୍ତେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ୨୯ ଜଣଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରାଗଲା ଓ ଫୋଟ ସଂଗ୍ରହ କରାଯାଇଥିଲା। ୯ ଜଣ ଙ୍କର ରେଟୈନା ଚେକ ଅପ କରାଯାଇଥିଲା।
ଶଙ୍କର ଚକ୍ଷୁ ଚିକିତ୍ସାଳୟର ଷ୍ଟାଫ୍ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ଶ୍ରୀ ଅନିଲ କୁମାର ସାହୁ (ଚିଫ ଅପଟୋମେଟ୍ରିଷ୍ଟ), ପାୟଲ ଗୌଡ଼ , ମିନାକ୍ଷୀ ପାଣିଗ୍ରାହୀ , ପାର୍ବତୀ ସ୍ୱାଇଁ , ଆରଧନା ସାହୁ , ଏନ୍.ମୁନା , ଇପିଲି ସାକିଲି , ସୁଶାନ୍ତ ଡାକୁଆ (ଚକ୍ଷୁ ଟେକ୍ନିସିଆନ) ଶିବିରକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.