ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଏରସମା ଥାନା ଅନ୍ତର୍ଗତ ଗୋଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଆଉରି ଗ୍ରାମର ସୁଶାନ୍ତି ସେଠୀ , ତାଙ୍କ ପୁଅ, ସ୍ଵାମୀ ଭରତ ସେଠୀ ଓ ଦିଅର ବସନ୍ତ ସେଠୀ ନ୍ୟାୟ ଆଶାରେ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଧାରଣାକାରୀଙ୍କ ପକ୍ଷରୁ ପ୍ରକାଶ ଯେ ସୁଶାନ୍ତି ସେଠୀଙ୍କ କୁକୁଡ଼ା ଚୋରି ପାଇଁ ସେ ଏରସମା ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଆସାମୀ ପ୍ରତି ପୋଲିସ କିଛି ପଦକ୍ଷେପ ନେଇନଥିଲେ, ଫଳରେ ସେ ସୁଶାନ୍ତି ସେଠୀଙ୍କ ଘର ଉପରକୁ ଟେକା ପଥର ପକାଇବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଜାତିଆଣ ଆକ୍ଷେପ କରିବା ସହିତ ଧମକ ଦେଉଛନ୍ତି। ଏ ସଂପର୍କରେ ଜିଲ୍ଲା ଏସ ପି ଓ କଲେକ୍ଟର ଙ୍କ ଦୃଷ୍ଟି ଆକର୍ଷଣ କରି ଶରଣାପନ୍ନ ହେଲେ। ମାତ୍ର ପରିସ୍ଥିତି ପୃର୍ବରୁ ଯେପରି ଥିଲା ସେହି ପରି ରହିଲା। ଏପରିକି ଏକ ଫଳନ୍ତି ସଜନା ଗଛ ଭାଙ୍ଗିଦେଲେ ଓ ଓଲଟି ଏକ ମିଥ୍ୟା କେଶ୍ ଦାଏର କରିଛନ୍ତି । ଉକ୍ତ ମିଥ୍ୟା କେଶ୍ ପ୍ରତ୍ୟାହାର ଓ ଆସାମୀକୁ ଗିରଫ କରିବା ପାଇଁ ଏରସମା ଥାନା ପୋଲିସ ଉପରୁ ଭରସା ତୁଟାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.