କଲ୍ୟାଣସିଂହପୁର ରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ।

0

ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଠାରେ  ଆର୍ଥିକ ବର୍ଷ ୨୦୨୧-୨୨ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି।୨୦୨୧ ମସିହା ଏପ୍ରିଲ ୧ତାରିଖ ଠାରୁ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ଲକରେ କରାଯାଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମମତା ,ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ପଞ୍ଚଦଶ ଅର୍ଥ କମିଶନ ର ଏକ ବର୍ଷ ମଧ୍ୟରେ କରାଯାଇଥିବା କେଉଁ କେଉଁ ସ୍ଥାନରେ କାର୍ଯ୍ୟ କରାଯାଇଛି, ତାର ଆୟ ବ୍ୟୟ ,ବଳକା ଟଙ୍କା ବିଷୟରେ ଆଲୋକପାତ ହୋଇଥିଲା
ଏଥିରେ ରାୟଗଡା ଉପଜିଲ୍ଲାପାଳ ଭୀମସେନ ଶବର ଙ୍କ ଅଧ୍ୟକ୍ଷତା ସହ ସ୍ଥାନୀୟ ବିଡ଼ିଓ ତାପସ କୁମାର ଭୋଇ,ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ, ସରପଞ୍ଚ, ସମସ୍ତ ପଞ୍ଚାୟତ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.