ରଘୁନାଥପୁର ବ୍ଲକ କାର୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

0

ଜଗତସିଂହପୁର/ ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥପୁର ବ୍ଲକ କାର୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଶିବିର ରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।ଆଜି ଶୁଣାଣି ଶିବିରରେ ମୋଟ ୬୮ଟି ଅଭିଯୋଗ ପଞିକୃତ ହୋଇଥିଲା।ସେଥି ମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠିଗତ ସମସ୍ୟା ୯ ଟି ଥିବା ବେଳେ ଵ୍ୟକ୍ତି ଗତ ସମସ୍ୟା ସମ୍ପର୍କରେ ୫୯ ଟି ଅଭିଯୋଗ ଥିଲା।ବ୍ୟକ୍ତି ଗତ ସମସ୍ୟା ମଧ୍ୟରୁ ଆବାସ ଯୋଜନା ସମ୍ପର୍କୀୟ ୨୧ ଟି, ସାଧାରଣ ବଣ୍ଟନ ସମ୍ପର୍କରେ ୦୪ ଟି,ଭତ୍ତା ସମ୍ପର୍କୀୟ ୧୧ଟି,ପୋଲିସ ସହାୟତା ସମ୍ପର୍କୀୟ ୦୩ ଟି,ଜମିଜମା ସମ୍ପର୍କୀୟ ୦୮ ଟି ଏବଂ ଅନ୍ୟାନ୍ୟ ସମସ୍ୟା ସମ୍ପର୍କୀୟ ୧୨ ଟି ଅଭିଯୋଗ ର ଶୁଣାଣି ହୋଇଥିଲା।ଏହି ଅଭିଯୋଗ ଶିବିରରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଶ୍ରୀ ରୁଦ୍ରନାରାୟଣ ଦାଶ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା,ବିଡ଼ିଓ, ରଘୁନାଥପୁର ଶ୍ରୀ ଲମ୍ବୋଦର ଖୁଣ୍ଟିଆ,ତହସିଲଦାର ରୂପାଲିକା ଦାଶ,ଜିଲ୍ଲା ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଶୁଣାଣି ରେ ସହାୟତା କରିଥିଲେ।

Leave A Reply

Your email address will not be published.