ମେଲଛାମୁଣ୍ଡାକୁ ବ୍ଳକ ଘୋଷଣା ଦାବୀ ଜୋର ଧରିଲା

0

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ଅଂଚଳକୁ ଏକ ସ୍ୱତନ୍ତ୍ର ବ୍ଳକ ଗଠନ ପାଇଁ ଅଂଚଳବାସୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ଦାବୀ ହୋଇଆସୁଛି । ବିଭିନ୍ନ ସମୟରେ ଅଂଚଳବାସୀ ଉକ୍ତ ଦାବୀକୁ ଉପସ୍ଥାପନା କରିଥିଲେ ମଧ୍ୟ କିଛି ସୁଫଳ ପାଇପାରି ନାହାନ୍ତି । ଯଦ୍ୱାରା ଅଂଚଳବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇବା ସହ ସୋମବାର ଦିନଠାରୁ ବ୍ଳକ କ୍ରିୟାନୁଷ୍ଠାନ କମିଟି ତରଫରୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣା ଦେବା ପାଇଁ ଡାକରା ଦିଆଯାଇଛି । ଏହି ଡାକରାରେ ମେଲଛାମୁଣ୍ଡା ତଥା ଆଖ ପାଖ ପଂଚାୟତର ବୁଦ୍ଧିଜୀବି ଯୋଗ ଦେଇଛନ୍ତି । ବ୍ଳକ ଗଠନ ସହ ମେଲଛାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏରିଆ ହସପିଟାଲରେ ପରିଣତ କରିବା ଏବଂ ମେଲଛାମୁଣ୍ଡାରେ ଏକ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବୀ ହୋଇଛି । ବର୍ତମାନ ପଦ୍ମପୁର ଉପନିର୍ବାଚନ ହେବାକୁ ଥିବାରୁ ଅଂଚଳରେ ଘୁରି ବୁଲୁଥିବା ସମସ୍ତ ଶାସକ ଏବଂ ବିରୋଧି ଦଳର ନେତା ମନ୍ତ୍ରୀଙ୍କ ଦୃଷ୍ଟି ଆର୍କଷଣ କରାଯାଇପାରିବ ବୋଲି ମତ ପକାଶ ପାଇଛି ।

Leave A Reply

Your email address will not be published.