ଦମ୍ପତିଙ୍କୁ ଗୁଳିକରି ହତ୍ୟା, କାରଣ ଅସ୍ପଷ୍ଟ

0

ବଡ଼ବିଲ: (ଶାସକ ପ୍ରଶାସକ) :{.କେନ୍ଦୁଝର ଜିଲା ବଲାଣୀ ଥାନା ଲସର୍ଦା ଗାଁରେ ତେଜରାତି ଦୋକାନୀ ଓ ତାଙ୍କ ପତ୍ନୀଙ୍କୁ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ସୋମବାର ରାତି ପ୍ରାୟ ୮ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତକ ଦମ୍ପତ୍ତି ହେଉଛନ୍ତି ଲକ୍ଷ୍ମୀଧର ଆପଟ ଓ ମଞ୍ଜୁଲତା ଆପଟ। ଲକ୍ଷ୍ମୀଧରଙ୍କ ତେଜରାତି ଦୋକାନରେ ପ୍ରାୟ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପଶି ଗୁଳି କରି ହତ୍ୟା କରିଥିବା କୁହାଯାଉଛି। ଗୁଳିକାଣ୍ଡବେଳେ ଦମ୍ପତିଙ୍କ ପୁଅ ଦେଖି ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ମୃତ ଦେହ ଦ୍ଵୟକୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ଜଣାପଡିଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିବାର ଲୋକେ ପହଞ୍ଚିଥିବା ବେଳେ ଚାପା ଉତ୍ତେଜନା ଦେଖାଦେଇଛି। ବଲାଣୀ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

Leave A Reply

Your email address will not be published.