ଭୁବନେଶ୍ୱର : ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସାଲିଆସାହିର ନୀଳଚକ୍ର ନଗର ସ୍ଥିତ ବିର୍ସା ଭବନରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ 8ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର ଡାକ୍ତରମାନେ ପ୍ରାୟ 90 ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଏହି ଶିବିରରେ ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ, ଗ୍ଲୁକୋମା, ଦୃଷ୍ଟି ଦୋଷ ଯଥା- ସମିପ, ଦୂର ଏବଂ ବକ୍ର ଦୃଷ୍ଟି ଦୋଷ ନିରୂପଣ କରାଯାଇ ସେମାନଙ୍କ ଚଷମାର ନମ୍ବର ଆଦି ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ବିଶେଷକରି ମୋତିଆବିନ୍ଦୁ, କଳା ମୋତିଆବିନ୍ଦୁ ଚିହ୍ନଟ ରୋଗୀମାନଙ୍କୁ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ରେ ସଂପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇଛି ଏହାଛଡ଼ା ଯେଉଁମାନଙ୍କ ଚଷମା ଏବଂ ଆଇ ଡ୍ରପ୍ ଆବଶ୍ୟକତା ଅଛି ସେମାନଙ୍କୁ ଚଷମା ଏବଂ ଆଇ ଡ୍ରପ୍ ବଣ୍ଟନ କରାଯିବ ବୋଲି ଓଡ଼ିଶା-ମୋ ପରିବାର ଆବାହକ ସୂଚନା ପ୍ରଦାନ କରିଛନ୍ତି । ଶିବିରରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ରହିଥିଲେ ଏବଂ ସେ ନିଜର ଚକ୍ଷୁ ମଧ୍ୟ ପରୀକ୍ଷା କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା-ମୋ ପରିବାର ସଦସ୍ୟା ତଥା କର୍ପୋରେଟର ଶ୍ରୀମତୀ ଭାରତୀ ସିଂହ, ରାଜ୍ୟ ସଂଯୋଜକ ଶ୍ରୀ ମିହୀର ରାୟଙ୍କ ବ୍ୟତିତ ବହୁ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର), ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏହି ଶିବିରକୁ ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post