ବରଗଡ଼ :- ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଆଉ ମାତ୍ର ପାଞ୍ଚ ଦିନ । ଏହି ପାଞ୍ଚଦିନ ଭିତରେ ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ବିଭିନ୍ନ ମାଧ୍ୟମରେ ବିଜୁ ଜନତା ଦଳର ଦଳୀୟ ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ସପକ୍ଷରେ ଅଧିକରୁ ଅଧିକ ମତଦାନ କରିବା ପାଇଁ ପ୍ରଚାର କରିବାରେ ଲାଗିଛନ୍ତି । ଏହିକ୍ରମରେ ଆଜି ପାଇକମାଲ ବ୍ଲକ ଯୋନ ଦୁଇ ଠାରେ ପଞ୍ଚାୟତ ସ୍ଥାରର ଏକ ବିରାଟ ମହିଳା ସମାବେଶ କରିଛି ବିଜୁ ଜନତା ଦଳ । ଏହି ସମାବେଶ ରେ ମାନ୍ୟବାର ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଶାସନ ଶାସନ କାଳ ଭିତରେ ରାଜ୍ୟ ସରକାର ମହିଳା ମାନଙ୍କର ଉତ୍ଥାନ ଓ ମାଁ ମାନଙ୍କର ଆର୍ଥିକ ବିକାଶ ପାଇଁ ଗ୍ରହଣ କରିଥିବା ପଦକ୍ଷେପ ଓ ଯୋଜନା ବାବଦରେ କହିଥିଲେ । ମହିଳା ସଶକ୍ତିକରଣ ଉପରେ ମୁଖ୍ୟମନ୍ତ୍ରୀ ଙ୍କର ସଫଳ ପ୍ରୟାସ ଓ ଯୋଜନା ସବୁ ବର୍ତ୍ତମାନ କେମିତି ଅନ୍ୟ ରାଜ୍ୟ ଅନୁଜରଣ କରୁଛନ୍ତି ସେ କଥା ମଧ୍ୟ କହିବା ସହିତ କେମିତି ଦରଦାମ ବୃଦ୍ଧି କୁ ରୋକିବା ପାଇଁ ବିଜେପି ଶାସିତ କେନ୍ଦ୍ର ସରକାର ଫେଲ ମାରି ମାଁ ମାନଙ୍କ ରୋଷେଇ ଘର ଉପରେ ଦାଉ ସାଧୁଛି ସେ ବାବଦରେ କହିବା ସହିତ ପଦ୍ମପୁର ର ମାଟିର ଝିଅ ବର୍ଷା ସିଂ ବରିହା ଙ୍କୁ ମାଆ ମାନେ ବିପୁଳ ପରିମାଣର ଭୋଟ ବ୍ୟବଧାନ ରେ ବିଜୟୀ କରେଇବା ପାଇଁ ଉପସ୍ଥିତ ମହିଳା ମାନଙ୍କୁ ନିବେଦନ କରିଥିଲେ । ଉକ୍ତ ସଭାରେ ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ଅତାବିରା ବିଧ୍ୟାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ବିଧାୟକ ଶ୍ରୀ ମହିଧର ରଣା , ପାଇକମାଲ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ପ୍ରମୁଖ ଯୋଗ ଦେଇ ଦଳୀୟ ପ୍ରାର୍ଥୀ ଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ ।
ସେହିଭଳି ଯୋନ ଏକ ର ଜାମସେଠ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଦଳୀୟ କର୍ମୀ ଙ୍କର ସହିତ ଘର ଘର ବୁଲି ଭୋଟ ପ୍ରଚାର କରିଥିଲେ । ପ୍ରତେକ ଗ୍ରାମରେ ଲୋକେ ବିଧାୟକ ଶ୍ରୀ ପ୍ରଧାନ ଙ୍କୁ ସ୍ୱାଗତ କରିଥିଲେ । ବର୍ଷା ପଦ୍ମ5ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରଥମ ମହିଳା । ବିଜୟ ବାବୁ ଙ୍କର ଲୋକପ୍ରିୟତା , ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କର ଉପରେ ରହିଥିବା ଲୋକଙ୍କ ବିଶ୍ୱାସ ଦେଖି ଲାଗୁଛି ଯେ ବର୍ଷା ନିଶ୍ଚିତ ଭାବରେ ବିପୁଳ ଭୋଟ ବ୍ୟବଧାନ ରେ ବିଜୟୀ ହେବେ ବୋଲି ବିଧାୟକ ଶ୍ରୀ ପ୍ରଧାନ କହିଛନ୍ତି ।।
Sign in
Sign in
Recover your password.
A password will be e-mailed to you.