ଝାରବନ୍ଧ/ମନୋହର ଦାସ – ବିଜେଡି ସପକ୍ଷରେ ମିଶନ ଶକ୍ତି ମହିଳା ମାନଙ୍କର ସ୍ୱର ବଢିବାରେ ଲାଗିଛି । ସ୍ବେଚ୍ଛାକୃତ ଭାବେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପଦ୍ମପୁର ଉପ ନିର୍ବାଚନ ରେ ବର୍ଷା ସିଂ ବରିହା ଙ୍କୁ ବିଜୟ ଟୀକା ପିନ୍ଧାଇବା ପାଇଁ ଅଣ୍ଟା ଭିଡି ଥିବାର ଦେଖିବାକୁ ମିଳିଛି। ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାଡ଼ବନ୍ଧ ବ୍ଲକ କୁମୁରୀ ପଞ୍ଚାୟତ ର ନିର୍ବାଚନ ପରିପ୍ରେକ୍ଷୀରେ କୁମୁରି ଗାଁ ରେ ୭ଶହ ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସ୍ବେଚ୍ଛାକୃତ ଭାବେ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ସିଂ ବରିହା ଙ୍କୁ ଭୋଟ୍ ଦେବା ର ନିଷ୍ପତ୍ତି ନେଇ କୁମୁରୀ ପଞ୍ଚାୟତ ନିର୍ବାଚନ ପରିଚାଳନା ଦାଇତ୍ୱଥିବା ସନ୍ତୋଷ ଖଟୁଆ ଙ୍କ ସମେତ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ,ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଷ୍ଟାର ପ୍ରଚାରକ ପୂର୍ବତନ ସାଂସଦ ତଥା ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା, ବାଲେଶ୍ବର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ବରଦା ପ୍ରସନ୍ନ ପଟନାୟକ ନୂଆପଡା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଟେକ ରାମ ସାହୁ, ପୂର୍ବତନ ସରପଞ୍ଚ ଭିକାରୀ ସାହୁ,ଔପଦା ବ୍ଲକ ବିଜେଡି ସଭାପତି ଅଶୋକ କୁମାର ପ୍ରଧାନ ସମେତଙ୍କୁ ଡକାଇ ଏକ ବୈଠକ କରିଥିଲେ । ଏହି ବୈଠକରେ ମହିଳାମାନେ ସ୍ବେଚ୍ଛାକୃତ ଭାବରେ ବିଜେଡି କୁ ଭୋଟ୍ ଦେବା ଓ ଅନ୍ୟ ଭୋଟର ଙ୍କୁ ବିଜେଡି ରେ ଭୋଟ୍ ଦେବାକୁ ବୁଝାଇ ବେ ବୋଲି କହିଥିଲେ । ଏହି ବୈଠକରେ ଉପସ୍ଥିତ ମନ୍ତ୍ରୀ, ସଂସାଦ ଓ ବରିଷ୍ଠ ନେତା ମାନେ ବିଜେଡି ର ଲୋକାଭିମୁଖୀ କାର୍ଯ୍ୟ ଓ ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏଭଳି ସ୍ଥିତି ଯୋଗୁଁ ବିଜେଡି ଭୋଟ୍ ଦିନକୁ ଦିନ ବଢିବା ରେ ଲାଗିଛି ।
Sign in
Sign in
Recover your password.
A password will be e-mailed to you.
Prev Post