ଝାରବନ୍ଧ ରେ କଂଗ୍ରେସ ର ବଡ଼ନେତାଙ୍କ ପ୍ରଚାର

0 2

ଝାରବନ୍ଧ/ମନୋହର ଦାସ -ପଦ୍ମପୁର ଉପନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ମଧ୍ୟ ବେଶ ଜମିବାରେ ଲାଗିଛି l ବିଜେଡି, ବିଜେପି ନିଜ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମନ୍ତ୍ରୀ ବିଧାୟକ ଗାଁ ଗାଁ ରେ ବୁଲି ପ୍ରଚାର ଚଳାଇଥିବା ବେଲେ କଂଗ୍ରେସ ମଧ୍ୟ ପଛରେ ନାହିଁ, ଆଜି କଂଗ୍ରେସ ର ବଡ ନେତା ଆସି ନିଜ ପ୍ରାର୍ଥୀ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ ପାଇଁ ପ୍ରଚାର କରିଛନ୍ତି l ଝାରବନ୍ଧ ଛକ ଠାରେ ଆୟୋଜିତ ନିର୍ବାଚନୀ ସଭାରେ କଂଗ୍ରେସର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଘାସିରାମ ମାଝୀ, ଜଗନ୍ନାଥ ପଟ୍ଟନାୟକ, ନିହାର ରଞ୍ଜନ ମହାନନ୍ଦ,ବିକ୍ରମ ସ୍ଵାଇଁ, ସ୍ଥାନୀୟ କଂଗ୍ରେସ ନେତା ବୀରଦୈତ୍ୟ ସାହୁ, ମୁଜାଫର ହୁସେନ ପ୍ରମୁଖ ସଭାରେ କଂଗ୍ରେସ ର ବଳିଦାନ ର ଇତିହାସ କୁ ପରଖି କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ।

Leave A Reply

Your email address will not be published.