ବିଦ୍ୟୁତ ଆଘାତରେ ମୃତ ମେଧାବୀ ଛାତ୍ରୀ ର ପରିବାରକୁ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା

0

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ):ଆଜି ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ଗ୍ରାମର ମନୋଜ ବେହେରାଙ୍କ କନ୍ୟା ଗାୟତ୍ରୀ ବେହେରା (୧୧)ବର୍ଷ ବିଦ୍ୟୁତ୍ ସଟସର୍କିଟ ରେ ମୃତ୍ୟୁ ବରଣ କରିଛନ୍ତି । ଗାୟତ୍ରୀ ସ୍ଥାନୀୟ ଶକ୍ତିଶ୍ୱର ସ୍ଥିତ ଅରବିନ୍ଦ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ହେଲେ ଆଜି ଦୁର୍ଭାଗ୍ୟବଶତଃ ନିଜ ଘର ପାଖ ଏକ ପଡ଼ୋଶୀ ଘରକୁ ଯାଇଥିଲା ବେଳେ ସେଠାରେ ବିଦ୍ୟୁତ୍ ସଟସର୍କିଟରେ ମୃତ୍ୟୁବରଣ କରିଛନ୍ତି । ଗାୟତ୍ରୀ ଜଣେ ଭଲ ମେଧାବୀ ଛାତ୍ରୀ ହୋଇଥିବାରୁ ତାଙ୍କ ମୃତ୍ୟୁରେ ବିଦ୍ୟାଳୟ ଠାରୁ ଆରମ୍ଭ କରି ଗାଁ ଲୋକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ପାଇଲା ପରେ ସଙ୍ଗେ ସଙ୍ଗେ ବିଧାୟକ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସରପଂଚ ଙ୍କ ପ୍ରତିନିଧି ମନୋରଂଜନ ସ୍ୱାଇଁ, ବ୍ଲକ ଛାତ୍ର ସଭାପତି ସୁଶାନ୍ତ ନାୟକ, ବିଶ୍ୱଭୂଷଣ ନିହାଣ ପହଂଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏପରିକି ଆଉ ଯାହାକିଛି ସରକାରୀ ସୁବିଧା ସୁଯୋଗ ଅଛି ତାହା ଖୁବ୍ ଶୀଘ୍ର ଯୋଗାଇଦେବା ପାଇଁ ବିଧାୟକ ପ୍ରତାପ ଜେନା ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.