ବରଗଡ :- ଗତ ପାଞ୍ଚ ଦିନ ହେଲା ପାଇକମାଲ ମୁଖ୍ୟ ଛକ ଠାରେ , ପାଇକମାଲ ର କେତେ ଗୋଟି ମୂଖ୍ୟ ସମସ୍ୟା କୁ ନେଇ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ । ଏହି ପାଞ୍ଚ ଦିନ ମଧ୍ୟରେ ଦ୍ୱିତୀୟ ଓ ତୃତୀୟ ଦିନ ପାଇକମାଲ ବନ୍ଦ ମଧ୍ୟ ପାଳନ କରା ଯାଇଥିଲା । ଏହା ଭିତରେ ଦ୍ବିତୀୟ ଦିନ ରେଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ମଧ୍ୟ ଧାରଣା ସ୍ଥଳ କୁ ପହଂଛି କଥାବାର୍ତ୍ତା ହୋଇଥିଲେ । ମୁଖ୍ୟତଃ ପାଇକମାଲ ରେ ଥିବା ଡାକ୍ତରଖାନା ର ସମସ୍ୟା ,ଓ ପାଇକମାଲ କୁ CHC ଘୋଷଣା ଦାବି ନେଇ ତଥା ପାଇକମାଲ ରେ ଏକ ଗ୍ରୀଡ଼ ସ୍ଥାପନ ନେଇ ଲୋକେ ଆନ୍ଦୋଳନ କରୁଥିଲେ ।ପରିଶେଷରେ ଧାରଣା ସ୍ଥଳରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ , ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ମନ୍ତ୍ରୀ ଶ୍ରୀ ନବକିଶୋର ଦାସ , ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରମୂଖ ଉପସ୍ଥିତ ରହି ଆନ୍ଦୋଳନ କାରୀ ମାନଙ୍କ ସହିତ ଆଲୋଚନା ପରେ ସମସ୍ତ ଦାବି ଯଥା ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣା ସ୍ଥଳରୁ ଉଠିଥିଲେ ।
Sign in
Sign in
Recover your password.
A password will be e-mailed to you.