ମାଣ୍ଡିଆର ପ୍ରଚାର ପାଇଁ ବୁଲିଲା ମାଣ୍ଡିଆ ରଥ ।

0

ରାଉରକେଲା /ବଣେଇ (ବସନ୍ତ କୁମାର ଜେନା): ମାଣ୍ଡିଆ ଚାଷ କୁ ଆହୁରି ବ୍ୟାପକ ତଥା ଏହାର ବ୍ଯବହାର ବଢାଇବା ଉଦ୍ଦେଶ୍ଯ ରେ ଲୋକଙ୍କ ମଧ୍ଯ ରେ ଜନ ସଚେତନତା ପାଇଁ ଆଜି ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରୁ ତିନୋଟି ମାଣ୍ଡିଆ ରଥକୁ ଉପଜିଲ୍ଲାପାଳ ଶ୍ରୀ ସୁରଂଜନ କୁମାର ସାହୁ ପତକା ଦେଖାଇ ଶୁଭାରମ୍ଭ କରି ଥିଲେ। ମିଲେଟ ମିଶନ୍ ଓ ଜିଲ୍ଲା କୃଷି ଅଧିକାରୀ ତତ୍ବାବଧାନରେ ବଣାଇଁ ସମେତ ଲହୁଣିପଡ଼ା, ଗୁରୁଣ୍ଡିଆ ବ୍ଳକ ର ବିଭିନ୍ନ ଅଞ୍ଚଳରେ ୪ ଦିନ ଧରି ଏହି ମାଣ୍ଡିଆ ରଥ ବୁଲି ବୁଲି ପ୍ରଚାର କରିବ। ଉପଜିଲ୍ଲାପାଳ ଙ୍କ କାଯ୍ଯାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କ ବ୍ୟତିତ ବଣାଇଁ ବିଡିଓ ସ୍ୱଦୀପ କୁମାର ଟପ୍ପୋ, ବଣାଇଁ କୃଷି ଜିଲ୍ଲା ଅଧିକାରୀ ରୁଦ୍ର ନାରାୟଣ ରାଉତ, ବ୍ଲକ କୂଷି ବିଭାଗ ଅଧିକାରୀ ଦୟାନିଧି ପ୍ରଧାନ, ବଣାଇଁ ସହକାରୀ କୂଷି ଅଧିକାରୀ ନବିନ ଚନ୍ଦ୍ର ସାହୁ, ଭି ଏ ଡବ୍ଲ୍ୟୁ ଶ୍ରବଣ କୁମାର ପ୍ରଧାନ,ସିଡିପିଓ ସୁପରଭାଇଜର ଅରୁଣା ବାଲା ମିଶ୍ର, ସହକାରୀ ବୈଶୟିକ ପରିଚାଳକ ତରୁଣ କୁମାର ମଲ୍ଲିକ, ମିଲେଟ ମିଶନର ବ୍ଲକ ସଂଯୋଜକ ଆଶୁତୋଶ ଜେନା, ଅଷ୍ଟଦିପ ପ୍ରିୟଦର୍ଶନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ୧୦ ନଭେମ୍ବର କୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଛି। ଓଡିଶା ହେଉଛି ପ୍ରଥମ ରାଜ୍ଯ ଯିଏ ପୁଷ୍ଟିଶସ୍ୟ ର ମହତ୍ବ ପାଇଁ ଏହି ଦିବସ ପାଳନ କରୁଛି।।

 

Leave A Reply

Your email address will not be published.