ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱର ପଞ୍ଚମ ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ମହାପରାୟଣ ଦିବସ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ (୨୦୧୩-୨୦୨୨) ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଶିଶୁମାନେ ପରିଚ୍ଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ମନ୍ଦିର ବେଢା ନାମସଂକୀର୍ତ୍ତନ ସହ ପରିକ୍ରମା କରି ଯଥାରିତିରେ ପାଳନ କରିଛନ୍ତି।
ଏଥିରେ ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀ ପୌରହିତ କରିଥିଲେ। ପ୍ରଥମେ ଦୈନିକ ପ୍ରାର୍ଥନା ପରେ ମହାରାଜ ଜୀଙ୍କ ଆରତୀ କରି ଶିଶୁମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଏହି ଅବସରରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ ଶିଶୁମାନଙ୍କୁ ବାଳ ମୁକୁନ୍ଦ ଖାତା ପ୍ରଦାନ କରି ସେମାନେ ପ୍ରତିଦିନ ନିଜେ ନିଜର ଭଲ କାର୍ଯ୍ୟଗୁଡିକ ଲେଖି ପ୍ରତି ରବିବାର ଦିନ ଦେଖାଇବାପାଇଁ କହିଥିଲେ ଏବଂ କୃପାଳୁ ମହାରାଜ ଜୀଙ୍କ ତ୍ୟାଗମୟ ଜୀବନୀ ବିଷୟରେ କହିବାପାଇଁ କହିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post