ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିକୁଦା ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇସାରିଛି l ଏହି ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ l ଆଜି ମୋଟ ୨୧୯ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୨୧୫ ଗୋଟି ଅଭିଯୋଗ, ଗୋଷ୍ଠିଗତ ସମସ୍ୟା ସଂପର୍କୀୟ ଚାରିଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ନିମନ୍ତେ ୧୩୨ ଟି, ରେସନ କାର୍ଡ ୧୮ ଟି ଜମିଜମା ସମସ୍ୟା ୧୦ଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୨ ଟି ରେଡ଼କ୍ରସ ପାଣ୍ଠିରୁ ସହାୟତା ନିମନ୍ତେ ୧ଟି, ଭର୍ତ୍ତା ସଂପର୍କୀୟ ୩୫ଟି, ପୋଲିସ ସହାୟତା ନିମନ୍ତେ ୧ଟି ଏବଂ ଅନ୍ୟାନ୍ୟ ୧୬ ଟି ଅଭିଯୋଗ ଶୁଣାଣି କରାଯାଇଥିଲା l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଏସଡିପିଓ ରମେଶ ଚନ୍ଦ୍ର ସିଂହ, ବାଲିକୁଦା ବିଡ଼ିଓ ଜିତେନ୍ଦ୍ର ପାତ୍ର, ତହସିଲଦାର ଶ୍ରୀ ଅଂଶୁମାନ ଶତପଥି, ବାଲିକୁଦା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲାସ୍ତରୀୟ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post