ରାସ୍ତା କଡ଼ରେ ବୟସ୍କା ବୃଦ୍ଧା : ସହାୟତା ଦାବି

0

ଜଗତସିଂହପୁର /ରାକେଶ କୁମାର ରାୟ :-ଜଗତସିଂହପୁର ବକ୍ଳ ଅଧିନ ଯଁକୋଟି ଗ୍ରାମ କେନାଲ ରାସ୍ତା କଡ଼ରେ ଜଣେ ୭୦ ବର୍ଷ ବୟସ୍କା ବୃଦ୍ଧା ଆଜକୁ ପ୍ରାୟ ଚାରି ଦିନ ହେବ ନିଜର ଆବଶ୍ୟକ ସାମଗ୍ରୀ ଜିନିଷ ଧରି ଶୀତ କାକରରେ ଦିନ ରାତି ପଡିରହିଛନ୍ତି । ସେଠିକାର ଗ୍ରାମବାସୀଙ୍କ ସୁଚନା ଅନୁଯାୟୀ ତାଙ୍କ ବାପଘର ସେହି ପାଖ ଯଁ କୋଟିର କୁମ୍ବାର ସାହିରେ । ଯିଏ ମୁଠାଏ ଖାଇବାକୁ ଦେଉଛି ଖାଉଛନ୍ତି । ନ ହେଲେ ଉପାବାସ ର‌ହିବାକୁ ପଡୁଛି । ଆଜି ସକାଳୁ ସକାଳୁ ଖବର ପାଇ ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ତାଙ୍କ ପାଖରେ ପହଞ୍ଚି ତାଙ୍କ ସହିତ ଆଲୋଚନା କରି ଯେତେ ଶୀଘ୍ର ଏହି ବୁଦ୍ଧାଙ୍କୁ ତୁରନ୍ତ ଚିକିତ୍ସା କରାଇ କୈାଣସି ଆଶ୍ରମ ରେ ଆଶ୍ରୟ ଦେବାପାଇଁ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି ।

Leave A Reply

Your email address will not be published.