ଅବନୀ ବରାଳ ଫାଉଣ୍ଡେସନ୍ ପକ୍ଷରୁ “ଶ୍ରଦ୍ଧାଦିବସ’ ପାଳିତ

0

ଭୀମ ପୃଷ୍ଟିଙ୍କୁ ଅବନୀ ବରାଳ ସାହିତ୍ୟ ସମ୍ମାନ ଓ ଓମ୍ ପ୍ରକାଶ ମହାନ୍ତିଙ୍କୁ ଆଦରମଣି ମଞ୍ଚକଳା ସମ୍ମାନ

ଭୁବନେଶ୍ୱର:ଅଧ୍ୟାପକ ଅବନୀ ବରାଳ ଓଡ଼ିଶାର ଶିକ୍ଷାସଂସ୍କାର ଓ ଶିକ୍ଷକମାନଙ୍କ ମର୍ଯ୍ୟାଦାବୃଦ୍ଧି ଦିଗରେ ଅନବଦ୍ୟ ଅବଦାନ ରଖିଥିବାବେଳେ ଗଳ୍ପ-ନାଟକ ରଚନାରେ ମଧ୍ୟ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତିା ଅନୁରୂପ ଭାବରେ ଅଧ୍ୟାପିକା ଆଦରମଣି ଓଡ଼ିଆ ମଞ୍ଚ ଓ ନାଟକକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ପ୍ରାକ୍ତନ ସାଂସଦ ତଥା ପ୍ରସିଦ୍ଧ ସାହିତ୍ୟିକ ଡ. ପ୍ରସନ୍ନ ପାଟ୍ଟଶାଣୀ ମତ ଦେଇଛନ୍ତିା
ଆଜି ସନ୍ଧ୍ୟାରେ ସ୍ଥାନୀୟ ରେଡକ୍ରସ ଭବନରେ ଅବନୀ ବରାଳ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆୟୋଜିତ “ଶ୍ରଦ୍ଧାଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥିମାନେ ବରାଳ ଦଂପତିଙ୍କ କୃତି ଓ କୃତିତ୍ୱ ଉପରେ ଆଲୋକପାତ କରିଥିଲୋ
କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ଅବନୀ ବରାଳ ସାହିତ୍ୟ ସମ୍ମାନ ଓ ଓମ୍ ପ୍ରକାଶ ମହାନ୍ତିଙ୍କୁ ଆଦରମଣି ମଞ୍ଚକଳା ସମ୍ମାନ ପ୍ରଦାନ କରାଯାଇଥିଲାା ଉଭୟ ଶ୍ରୀ ପୃଷ୍ଟି ଓ ଶ୍ରୀ ମହାନ୍ତି ସମ୍ବର୍ଦ୍ଧନାର ଉତ୍ତର ରଖିଥିଲୋ
ପ୍ରଫେସର ଡ. ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ହିସାବରେ ଯୋଗଦେଇ ଅଧ୍ୟାପକ ଅବନୀ ବରାଳ ଓ ଆଦରମଣିଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରିଥିଲୋ ବରିଷ୍ଠ ସଂପାଦକ ପ୍ରଦୋଷ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମହାସଂଘ ସଭାପତି ଶ୍ରୀ ନିକୁଂଜ ମହାନ୍ତି, ଡ. ଅମୀୟ କୁମାର ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲୋ ଅଧ୍ୟାପିକା ଅହଲ୍ୟା ସ୍ୱାଇଁ ସ୍ୱାଗତ ସମ୍ଭାଷଣ ଜଣାଇଥିବାବେଳେ ଆହୂତୀ ବରାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲୋ ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଆଭାସ ବରାଳ ଓ ଆରତୀ ବରାଳ ପ୍ରମୁଖ ସହଯୋଗ କରିଥିଲୋ
ସକାଳେ ଅବନୀ ବରାଳଙ୍କ କର୍ମଭୂମି ଖୋର୍ଦ୍ଧାରେ ପ୍ରତିଷ୍ଠିତ ତାଙ୍କ ପ୍ରତିମୂର୍ତ୍ତିରେ ଶିକ୍ଷାବିତ୍ ପ୍ରଫେସର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ସମେତ ବହୁ ସାହିତ୍ୟିକ, ସଂଗଠକ ଓ ସାମ୍ବାଦିକ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲୋ

Leave A Reply

Your email address will not be published.