ପାରଳାଖେମୁଣ୍ଡି / ବାଳକୃଷ୍ଣ ପାରଳାଖେମୁଣ୍ଡି : ପାରଳା ସହର ବିଶିଷ୍ଟ ଆଇନଜୀବୀ , ସମାଜସେବୀ , ସଂଗଠକ ତଥା ଜନପ୍ରିୟ ସ୍ୱନାମ ଧନ୍ୟ ବ୍ୟକ୍ତି ବିଶେଷ ରାମନାଥ ମିଶ୍ର ୭୭ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଯାଇଛି।
ଏହି ଅବସରରେ ଉତ୍କଳ ସମ୍ବିଳନୀ (ଗଜପତି) ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୁଲ୍ୟରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଭାଗବତ ପାଢ଼ୀ , ଭରତଭୂଷଣ ମହାନ୍ତି , ଆଶାଲତା ପାଣିଗ୍ରାହୀ , ତ୍ରିପତି ପ୍ରସାଦ ପଣ୍ଡା , ବିଷ୍ଠୁ ପ୍ରସାଦ ପଣ୍ଡା , ସୁରେଶ ଦାଶ , ରାମଚନ୍ଦ୍ର ପାଢ଼ୀ , ଜଗଦୀଶ ମହାପାତ୍ର , ନିତ୍ୟାନନ୍ଦ ଚୌଧୁରୀ , ଶ୍ୟାମସୁନ୍ଦର ଗନ୍ତାୟତ, କେପ୍ଟେନ ମାଲିକାର୍ଜୁନ ପଟ୍ଟନାୟକ ପ୍ରଭୃତି ଦିବଙ୍ଗତ ମହାନ ଆତ୍ମାର ସ୍ମୃତି ଚାରଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post