ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସ୍ଥାନୀୟ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଠାରେ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟୀୟ ଏକତା ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୋସ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରୀ / ଛାତ୍ର ମାନଙ୍କ ଏକ ଦୌଡ଼ ରାଲି ବାହାରି ତବରଡ଼ା ଗ୍ରାମ ପରିକ୍ରମା କରି ଥିଲେ।
ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଏହାର ଶୁଭ ଆରମ୍ଭ କରି ଦେଶୀୟ ରାଜ୍ୟ ଗୁଡିକୁ ଏକତ୍ରିତ କରିବାର ନିଷ୍ଠାପର ଉଦ୍ୟମ ଯୋଗୁଁ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ´ଲୌହ ମାନବ` ରୂପେ ସମଗ୍ର ରାଷ୍ଟ୍ରରେ ପରିଚିତ।
ତେଣୁ ତାଙ୍କର ଜନ୍ମଦିନକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି ବୋଲି କହିଥିଲେ। ଏହି ଦିବସରେ ଆମେ ଶପଥ ନେବା ଯେ ଦେଶର ଏକତା ତଥା ଅଖଣ୍ଡତାକୁ ବଜାୟ ରଖିବା ହେଉଛି ଆଜିର ଆହ୍ୱାନ । ଏହି ଦୌଡ଼ରେ ବିଦ୍ୟାଳୟର ୨୦୦ ଜଣ ଛାତ୍ରୀ /ଛାତ୍ର ଯୋଗଦାନ କରି ଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.