ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ନିର୍ବାଚନ ମଣ୍ଡଳୀରେ ଦୀର୍ଘବର୍ଷ ଧରି ଜନତାଦଳ ଠାରୁ ଆରମ୍ଭ କରି ବିଜୁ ଜନତା ଦଳ ପର୍ଯ୍ୟନ୍ତ ଦଳରେ ସକ୍ରିୟ କର୍ମୀ ଭାବେ କାମ କରି ଆସୁଥିବା ବ୍ୟକ୍ତିଙ୍କୁ ଜିଲ୍ଲା ଓ ବ୍ଳକ ସ୍ତରରେ କୌଣସି ପଦ ପଦବୀରେ ଅବସ୍ଥାପିତ ନକରି ଅଣଦେଖା କରାଯାଉଥିବାକୁ ନେଇ ମୋହନା ନିର୍ବାଚନ ମଣ୍ଡଳୀର ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।
ଗଜପତି ଜିଲ୍ଲା ଗଠନ ହେବା ଠାରୁ ଭୂମିପୁତ୍ର ବିଜୁପଟ୍ଟନାୟକଙ୍କ ଜନତା ଦଳର ଚକ୍ର ଚିହ୍ନରେ ମୋହନା ନିର୍ବାଚନ ମଣ୍ଡଳୀର ଅଞ୍ଚଳବାସୀ ଭୋଟ ଦେଇ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି। ବରିଷ୍ଠ କର୍ମୀମାନେ ବିଭିନ୍ନ ସମୟରେ ଜିଲ୍ଳା ସଭାପତି ପଦ ମୋହନା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାଙ୍କୁ ଦିଆଯାଉ ବୋଲି କହି ଆସୁଥିଲେ ମଧ୍ୟ ଦିଆନଯିବା ଯୋଗୁଁ ସାଙ୍ଗଠନିକ କ୍ଷେତ୍ରରେ ଘୋର ଅସୁବିଧା ଦେଖାଯିବା ପରିତାପର ବିଷୟ ବୋଲି ସଦସ୍ୟମାନେ କହିଛନ୍ତି। ଜିଲ୍ଲା ସଦର ମହକୁମାରେ ଦଳର ସମସ୍ତ ଗୁରୁଦାୟିତ୍ଵ ଯଥା ଛାତ୍ରନେତା , ଯୁବନେତା , ମହିଳା ମୋର୍ଚ୍ଚା ନେତ୍ରୀ ଓ ସାଙ୍ଗଠନିକ ଦାୟିତ୍ବ ଦିଆଯାଇଛି। ବିଭିନ୍ନ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ସେମାନଙ୍କ ରଣନିତୀ ପ୍ରସ୍ତୁତ କରି କ୍ଷେତ୍ର ସଜାଡୁ ଥିବା ବେଳେ ଜିଲ୍ଲା ସଭାପତି ପଦବୀ ପାଇଁ କିଛି ଛାମୁଆ ନେତାଙ୍କ ଦରଖାସ୍ତ ସଙ୍ଗଠନ ମୁଖ୍ୟଙ୍କ ପାଖରେ ବିଚାରଧିନ ଅବସ୍ଥାରେ ପଡିରହିଛି। ଏଣୁ ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜର ବିଜୁପ୍ରେମୀ ସଦସ୍ୟମାନେ ରାଜ୍ୟ ମୁଖିଆଙ୍କୁ ଅନୁରୋଧ କରିଛନ୍ତି ଆଗାମୀ ନିର୍ବାଚନ ପୂର୍ବରୁ ମୋହନା ନିର୍ବାଚନ ମଣ୍ଡଳୀର ଜଣେ ଦକ୍ଷ ଓ ଦାୟିତ୍ଵ ସମ୍ପର୍ଣ୍ଣ କର୍ମୀଙ୍କୁ ଜିଲ୍ଲା ସଭାପତି ପଦବୀରେ ଅଳଙ୍କୃତ କଲେ ଆଗାମୀ ଦିନରେ ସଙ୍ଗଠନ ସୁଦୃଢ ହେବା ସହ ଅଞ୍ଚଳରେ ସବୁ ବର୍ଗର ଲୋକଙ୍କ ବିକାଶ ସାଧିତ ହେବ।
ସୂଚନା ଯୋଗ୍ୟ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଙ୍ଗଠନର ମୁଖ୍ୟ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଅଧିକାରୀମାନେ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଖାଲିପଡିଥିବା ବ୍ଳକ ସଭାପତି ଏବଂ ଅନ୍ୟାନ୍ୟ ପଦ ପଦବୀକୁ ପାଣ(ଖ୍ରୀଷ୍ଟିଆନ)କର୍ମୀଙ୍କୁ ଦାୟିତ୍ଵ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାହା ପୂରଣ ନ ହେବା ଦୁଃଖର ବିଷୟ ବୋଲି କହିଛନ୍ତି।
ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ମୋହନା ପକ୍ଷରୁ ଦଳର ସୁପ୍ରିମୋ ସେମାନଙ୍କ ଗୁହାରିକୁ ହୃଦୟଙ୍ଗମ କରି ସେମାନଙ୍କୁ ସଙ୍ଗଠନର ଗୁରୁଦାୟିତ୍ଵ ପ୍ରଦାନ କଲେ ଆଗାମୀ ଦିନରେ ଦଳ ସୁଦୃଢ ହେବା ସହ ନିର୍ବାଚନ ମଣ୍ଡଳୀରେ ବିକାଶଧାରା ଦ୍ୱିଗୁଣିତ ହେବ ବୋଲି ଦଳର ବରିଷ୍ଠ କର୍ମୀ ପ୍ରକାଶ ନାୟକ , ପ୍ରଶାନ୍ତ ନାୟକ , ଅଭୟ ପରିଚ୍ଛା , ଗୁଣମଣି ନାୟକ , ହାଡ଼ିବନ୍ଧୁ ନାୟକ , ପ୍ରେମା ନାୟକ , ବାଡ଼େ ନାୟକ , ହୁଏନସାଂ ନାୟକ , ଶିଶିର ନାୟକ, ସୁବାଷ ନାୟକ, ଜିତୁ ନାୟକ, ସୁକାନ୍ତ କୂଳଦୀପ ନାୟକ ପ୍ରମୁଖ ଦାବି ଉପସ୍ଥାପନା କରିଛନ୍ତିି।
Sign in
Sign in
Recover your password.
A password will be e-mailed to you.
Prev Post