ଓରତି ପଞ୍ଚାୟତ ର 3 ଟି ଗ୍ରାମବାସୀଙ୍କ ତରଫରୁ ତହସିଲ ସମ୍ମୁଖରେ ଧରଣା l

0

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ରେ ବେଆଇନି ଗୋଚର ଜମିକୁ ଜବର ଦଖଲ ଅଭିଯୋଗ ରେ ଓରତି ଗ୍ରାମ ପଂଚାୟତ ର 3 ଟି ରାଜସ୍ୱ ଗ୍ରାମ ଦୀଆନପୁର, କୃଷ୍ଣଦାସପୁର ଓ ଅସରପଡା ଗ୍ରାମବାସୀ ମାନଙ୍କ ତରଫରୁ ନିଶ୍ଚିନ୍ତକୋଇଲି ତହସିଲ ସମ୍ବୁଖ ରେ ଧାରଣା ପ୍ରଦର୍ଶନ କରାଯାଇଛି । ତେବେ ମୌଜା ଦୀଆନପୁର ର ପ୍ଲଟ ନଂ 187, 185 କିସମ ଗୋଚର, ପ୍ଲଟ ନଂ -188, 186 କିସମ ଚକନାଳ, କୃଷ୍ଣଦାସପୁର ଅଂଚଳର ପ୍ଲଟ ନଂ-364, 363 ଏବଂ ଅସରପଡା ଗ୍ରାମର ପ୍କଟ ନଂ-1 ଆଦି ଗୋଚର ଓ ଚାକନାଳ କୁ ଅବରୋଧ କରାଯାଇ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଚାଲୁଅଛି l ଯେଉଁ ନିର୍ମାଣ କାର୍ଯ୍ୟର ଉଛେଦ ନିମନ୍ତେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଂଚାୟତ ର 3 ଟି ରାଜସ୍ବ ଗ୍ରାମର ଗ୍ରାମବାସୀ ମାନେ ରାଜସ୍ୱ ସଚିବ,କମିଶନ ମାନବ ଅଧିକାର ଓ ସ୍ଥାନୀୟ ତହସିଲଦାର ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ବାଧ୍ୟ ହୋଇ ସେମାନେ ଆଜି ତହସିଲ ସମ୍ବୁଖ ରେ ଧାରଣା ରେ ବସିଥିଲେ।ଯଦି ଅଭିଯୋଗ କରିଥିବା ସମସ୍ୟାର ସମାଧାନ ନ ହୁଏ ଧାରଣା ଜାରି ରହିବା ସହିତ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ଏପଟେ ଅତିରିକ୍ତ ତହସିଲଦାର କହୁଛନ୍ତି ଅଭିଯୋଗ ପାଇଲା ପରେ ଆମେ ଆର ଆଇ କୁ ନିର୍ଦେଶ ଦେଇ କାର୍ଯ୍ୟ ଟିକୁ ବନ୍ଦ କରିଦେଇଛୁ। ସୂଚନା ଅନୁଯାୟୀ କିପରି ପ୍ରଶାସନ ର ଆଢୁଆଳରେ ଏହି ଗୋଚର ଜମିରେ କାର୍ଯ୍ୟ ଟି କରୁଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି କାର୍ଯ୍ୟକ୍ରମ ରେ ଅଶୋକ ସାହୁ, ବିଦ୍ୟାଧର ଦାସ,ଚନ୍ଦ୍ରମଣି ସେଠି, ବୈରାଗୀ ସେଠି, ଅଜୟକୁମାର ମଲ୍ଲିକ, ପ୍ରମୋଦ ମଲ୍ଲିକ, ମନୋଜ କୁମାର ମଲ୍ଲିକ, କାଶୀନାଥ ମଲ୍ଲିକ ସରୋଜ କୁମାର ମଲ୍ଲିକ, କେଶବ ଦାସ, ରଞ୍ଜନ କୁମାର ମଲ୍ଲିକ, ଅଚ୍ୟୁତା ନନ୍ଦ ମଲ୍ଲିକ, ଧନେଶ୍ୱର ମଲ୍ଲିକ, ବାବାଜୀ ଚନ୍ଦ୍ର ମଲ୍ଲିକ ଙ୍କ ସମେତ ସମସ୍ତ ଗ୍ରାମବାସି ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.