ନବରଙ୍ଗପୁର / ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଠାରେ ଶନିବାର ଦିନ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ନଅ ଘଣ୍ଟା ସମୟରେ ଏକ ସଚେତନ ପଦ ଯାତ୍ରା ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଏହାକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ପୌରାଧ୍ୟକ୍ଷ କୁନୁ ନାୟକ,ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଭା ଯାତ୍ରା ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ରେ ପହଞ୍ଚିଲା ପରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ କରି ବିପର୍ଯ୍ୟୟ ଦିବସର ତାତ୍ପର୍ଯ୍ୟ ସଂପର୍କରେ ଉପସ୍ଥିତ ଥିବା ସମସ୍ତ ମଞ୍ଚାସୀନ ଅତିଥିବୃନ୍ଦ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ମହାବାତ୍ୟାରେ ପ୍ରାଣ ହରାଇ ଥିବା ସମସ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟରେ ଘଟିଥିବା ମହାବାତ୍ୟା କୁ ମନେ ପକାଇବା ସହ ସମ୍ଭାବ୍ୟ ବନ୍ୟା ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସଜାଗ ରହି ତାର ସଫଳ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବିପର୍ଯ୍ୟୟ ସମୟରେ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ରକ୍ଷା କରିବାର ଆବଶ୍ୟକ ସଂପର୍କରେ ବୁଝାଇଥିଲେ। ମହାବାତ୍ୟା ପରେ ଓଡିଶା ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ କରି ଧନ ଜୀବନ ସୁରକ୍ଷା ରେ ଅଦ୍ଭୁତ ପୂର୍ବ ସଫଳତା ପାଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ସମ୍ପର୍କରେ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ କେବଳ ପ୍ରଶାସନ ନୂହେଁ ସମସ୍ତ ଜନ ପ୍ରତିନିଧି ସ୍ଵେଚ୍ଛାସେବୀ ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କ ର ପ୍ରମୁଖ ଭୂମିକା ରହିଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସ୍ଵଚ୍ଛ ସାଥି,ସ୍ଵୟଂ ସହାୟକ ଗୋଷ୍ଠୀ, ସ୍ଵେଚ୍ଛାସେବୀ ସଂଗଠନ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡ଼େପୁଟି କଲେକ୍ଟର ମୌସୁମୀ ନାୟକ,ପି ଏ ଆଇ ଟି ଡିଏ ବେଣୁଧର ଶବର, ଅଧିକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ ନିର୍ମାଣ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ,ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ପୌର ପାଳିକା ନିର୍ବାହୀ ଅଧିକାରୀ ପ୍ରାଣ ନାଥ ସେଠ୍, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣ ଲତା ବିଶ୍ବାସ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post