ପଦ୍ମପୁର : ଗୋଟିଏ ପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପାଇଁ ଲୋକଙ୍କ ପାଇଁ ଅନେକ ଭେଟି ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଅସନ୍ତୁଷ୍ଟ ପ୍ରାଥମିକ ଶିକ୍ଷକ ମାନଙ୍କ ଚେତାବନୀ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକେଇବା ଭଳି ପରିସ୍ଥିତି ସୃଷ୍ଟି କରିଛି।ବର୍ଷ ବର୍ଷ ଧରି ପ୍ରାଥମିକ ଶିକ୍ଷକ ମାନଙ୍କୁ ଅଣଦେଖା କରିବା ଆଗାମୀ ଉପନିର୍ବାଚନରେ ନିଶ୍ଚିତ ଭାବେ ପ୍ରଭାବ ପକେଇବ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ।ଶନିବାର ପାଇକମାଲଠାରେ ଆୟୋଜିତ ହୋଇଥିବା ବିରାଟ ଶିକ୍ଷକ ରାଳିରେ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି | ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକ ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁର ବ୍ଲକର ପ୍ରାଥମିକ ଶିକ୍ଷକ ମାନେ 4ଦଫା ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କୁ ପାଇକମାଳ ତହସିଲଦାର ପରକ୍ଷିତ ସାହୁଙ୍କ ମାଧ୍ୟମରେ ଜଣେ ଇଥିଲେ। ଏଥିରେ ତିନୋଟି ବ୍ଲକର ପ୍ରାୟ ୭୦୦ ଶିକ୍ଷକ ଯୋଗ ଦେଇଥିଲେ।
ମୁଖ୍ୟ ଦାବିଗୁଡିକ ଥିଲା ପ୍ରାଥମିକ ଶିକ୍ଷକ ମାନଙ୍କ ମୂଲ ନିଯୁକ୍ତି ତାରିଖ ରୁ 6 ବର୍ଷର ଶିକ୍ଷକତା ସହ ଗଣନା କରାଯାଇ ବର୍ଦ୍ଧିତ ହାରରେ ଦରମା ପ୍ରଦାନ କରିବା, ୨୮୦୦ ଗ୍ରେଡ ପେ ଲାଗୁକରିବା ଓ JT ମାନଙ୍କୁ ନିୟମିତ କରିବା, ଏକ୍ସ କ୍ୟାଡ଼ର ଉଚ୍ଛେଦ ଏବଂ ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା |
ଏହି ଦାବିଗୁଡିକୁ ପୁରଣ ନ କଲେ ଆଗାମୀ ପଦ୍ମପୁର ଉପନିର୍ବଚନରେ ଅସହଯୋଗ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଚେତାବନୀ ଦେଇଛନ୍ତି।। ଶିକ୍ଷକ ସଂଘ ତରଫରୁ ଦିବସ କୁମାର ସାହୁ, ରଘୁନାଥ ପୁରୀ, ବିଷ୍ଣୁ ସାହୁ, ରଞ୍ଜନ ବାଗ ଆଦି ଶିକ୍ଷକ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post