ଝାରବନ୍ଧ :ଗିରି ଗୋବର୍ଧନ ପୂଜା ସମାପନ

0

ଝାରବନ୍ଧ -ମନୋହର ଦାଶ:  ବରଗଡ଼ଜିଲ୍ଲା ଝାରବନ୍ଧ ବ୍ଲକ ଯାଦବ ସମାଜ ଦ୍ୱାରା ଆୟୋଜିତ ଗିରିଗୋବର୍ଧନ ପୂଜା ସମାପନ ହୋଇଯାଇଛି l ପୂଜା କମିଟି ସଭାପତି ଗୁଣମଣି ବଂଛୋର ଓ ସମ୍ପାଦକ ଉମେଶଚନ୍ଦ୍ର ବଂଛୋର ଙ୍କ ନେତୃତ୍ୱ ଓ ଝାରବନ୍ଧ ବ୍ଲକ ଯାଦବ ସମାଜ ର ସହଯୋଗ ରେ ହୋଇଥିବା ଏହି ପୂଜା ରେ ହୃଷିକେଶ ପୋଡ଼ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ ଦାୟିତ୍ୱ ସମ୍ପନ୍ନ କରିଥିଲେ l ଏ ଅବସର ରେ ସମାଜ ର ପାରମ୍ପରୀକ ବାଡ଼ି ଖେଳ ସହିତ ବିଭନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥି ସହ ଉଲ୍ଲେଖନୀୟ କାମ ପାଇଁ ସମାଜ ର ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା l ବ୍ଲକ ସଭାପତି ଧ୍ରୁବଚରଣ ହାତୀ ଙ୍କ ସଭାପତିତ୍ୱ ରେ ଜିଲ୍ଲା ସଭାପତି ରାଜୁ ଘିବେଲା, ଝାରବନ୍ଧ ଥାନା ଅଧିକାରୀ ଦିଲୀପ ବେହେରା,ଆଇନ ପରାମର୍ଶ ଦାତା ଅମୃତଲାଲ ବଂଛୋର, କେଶବ ଜାଲ, ସାଇଧର ପାଣ୍ଡେ,ଦେବାର୍ଚନ ବାଗ, ଅମଠି ସରପଞ୍ଚ ଶ୍ରୀମତୀ ଥପା ଏବଂ ଶିକ୍ଷା କ୍ଷେତ୍ର ଓ କଳା କ୍ଷେତ୍ର ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରିଥିଲେ l

Leave A Reply

Your email address will not be published.