ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଜି ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପରିଷଦର ସମ୍ମିଳନୀ କକ୍ଷରେ ଓଡ଼ିଶାର ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ନିମନ୍ତେ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ କହିଲେ ସାରା ରାଜ୍ୟରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଆରମ୍ଭ କରାଯାଇଛି ଯାହାର ସୁଫଳ ଲୋକମାନେ ପାଇପାରୁଛନ୍ତି l ଗ୍ରାମାଞ୍ଚଳ ଆବାସ ନିର୍ମାଣ, ମିଶନ ଶକ୍ତି, ଜୀବିକା ମିଶନ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ଦାରିଦ୍ର ଦୂରୀକରଣ ଇତ୍ୟାଦି ଯୋଜନା ମାଧ୍ୟମରେ ଜିଲ୍ଳାର ଅଗ୍ରଗତି ହୋଇପାରିବ l ନିରନ୍ତର ଭାବେ ଲକ୍ଷ୍ୟ ହାସଲ କରିବା ଏହି କର୍ମଶାଳର ମୁଖ୍ୟ ଉର୍ଦ୍ଧେଶ୍ୟ l ଏହି କର୍ମଶାଳାରେ ଯୋଗଦେଇ ରାଜ୍ୟ ଯୋଜନା l ସଂଯୋଜନା ବିଭାଗର କାପାସିଟି ବିଲଡିଂ ଏକ୍ସପର୍ଟ ସରୋଜ କୁମାର ଦାଶ କହିଲେ ଜାତି ସଂଘ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୭ ଗୋଟି ଲକ୍ଷ ଯଥା ଦାରିଦ୍ର ଦୂରୀକରଣ, କ୍ଷୁଦାବିହୀନ ରାଷ୍ଟ୍ର, ସୁନ୍ଦର ସ୍ୱାସ୍ଥ୍ୟ, ଉତ୍ତମମାନର ଶିକ୍ଷା, ଲିଙ୍ଗଗତ ସମାନତା, ସ୍ଵଚ୍ଛ ପାନୀୟ ଜଳ ଓ ପରିମଳ, ସୁଲଭ ମୂଲ୍ୟରେ ସ୍ୱଚ୍ଛ ଶକ୍ତି, ସଠିକ କାର୍ଯ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧି, ଶିଳ୍ପ, ଅଭିନଭ ଆଧାରିତ ସରଂଚନା ଦାୟିତ୍ୱ ସମ୍ପର୍ଣ ଭବେ ଉତ୍ପାଦନ ଶାନ୍ତି, ନ୍ୟାୟ ଏବଂ ଦୃଢ଼ ସଂସ୍ଥା ହାସଲ ନିମନ୍ତେ ସହଭାଗିତା ଇତ୍ୟାଦି ହାସଲ କରିବା ଏହି କର୍ମଶାଳାର ଲକ୍ଷ୍ୟ ଶେଷରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗର ସହକାରୀ ନିର୍ଦ୍ଧେଶିକା ଡ଼ଃ. ଉପାସନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.