ପାରଳାଖମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖମୁଣ୍ଡି ସ୍ଥିତ ମହାରଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଦୁର୍ନିତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା , ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୯ ତାରିଖ ଦିନ ଆର୍ ସେ ଟି ସମ୍ମିଳନୀ କକ୍ଷ ଠାରେ ଏକ ଜିଲ୍ଲା ସ୍ତରୀୟ ସଭା ଆୟୋଜନ କରାଯିବ।
ସେହିପରି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ମଧ୍ଯ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ୩ ତାରିଖ ଦିନ ଉକ୍ତ ଦିବସ ପାଳନ ଉପଲକ୍ଷେ ଆର୍ ସେ ଟି ସମ୍ମିଳନୀ କକ୍ଷ ଠାରେ ଏକ ଜିଲ୍ଲା ସ୍ତରୀୟ ସଭା ଆୟୋଜନ କରାଯିବ। ଉପରୋକ୍ତ ଦିବସରେ କୃତୀ ପ୍ରତିଯୋଗିତାର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଶ୍ରୀ ବିଚିତ୍ରା ନନ୍ଦ ଗନ୍ତାୟତ , ଶ୍ରୀମତୀ ସୁଲତା ଶୁଭଦର୍ଶିନୀ ଓଡ଼ିଆ ଓ ଇଂରାଜୀ ବକୃତା ପ୍ରତିଯୋଗୀତାର ବିଚାରକ ମଣ୍ଡଳୀ ଭାବେ ରହିଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ଶ୍ରୀ ଜିକୁରୀୟ ଶବର ଓ ଶ୍ରୀମତୀ ହିନ୍ମୟୀ ନାୟକ ବିଚାରକ ଭାବେ ଥିଲେ।
ଏହି କାର୍ଯ୍ୟକ୍ରମ ମହାରଜା ବାଳକ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ୱାଇ .ଧାର୍ମ ରାଓଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.