ଦୀପାବଳୀରେ ଗାଈଗୁହାଳରେ ଲାଗିଲାନିଆଁ ବର୍ତ୍ତିଗଲେ ଗାଇବାଛୁରୀ।

0

ପ୍ରଦୀପ ଦଲାଇଙ୍କ ରିପୋର୍ଟ// ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଗାଁରେ ଦୀପାବଳୀ ପାଳୁଥିବା ବେଳେ ଅଚାନକ ଗାଈ ଗୁହାଳ ନିଆଁ ଲାଗି ଅଳ୍ପକରେ ଗାଇବାଛୁରୀ ବଞ୍ଚିଥିବା ଦେଖିବାକୁ ମିଳିଛି ।ଜଗନ୍ନାଥ ପୁର ଗାଁ ଛକ ରେ ଥିବା କେଶବ ନେମାଲପୁରୀ ଙ୍କ ଚାଳଛପର ଗାଈଗୁହାଳରେ ଗାଈ ବାଛୁରୀ ବାନ୍ଧି ରଖିଥିଲେ ।ବାଣ ଫୁଟାଇବା ବେଳେ ଅଚାନକ ଚାଳରେ ବାଣ ପଡି ନିଆଁ ଲାଗିଯାଇଥିଲା ଥିଲା ।ଏହାକୁ କିଛି ଯୁବକ ଦେଖି ନିଆଁକୁ ଆୟତ କରିଥିଲେ ।ଯାହାଫଳରେ ଗୁହାଳରେ ଥିବା ଗାଇବାଛୁରୀ ଅଳ୍ପକରେ ବଞ୍ଚି ଯାଇଥିଲା । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବା ବେଳେ ପ୍ରଶାସନ ଅଧିକାରୀ ମାନେ ପ୍ରକୃତ ହିତାଧିକାରୀଙ୍କୁ ଚୟନ ନ କରି ମନ ଇଛା ଲୋକଙ୍କ ମୁହଁ ଦେଖି ନିଜ ପକେଟ ଗରମ କରିଯୋଗାଉଥିବାରୁ ପ୍ରକୃତ ହିତାଧିକାରୀ ମାନେ ବଞ୍ଚିତ ରହୁଛନ୍ତି ।ଏହି ବ୍ଲକରେ ଅନେକ ଲୋକ ଗୋଶାଳା ପାଇବା ପରେ ଗୋଶାଳା ତିଆରିକରି ସମ୍ପୁର୍ଣ୍ଣ ସରକାର ଟଙ୍କା ପାଇବା ପରେ ପ୍ରାୟ କିଛି ଲୋକ ଉକ୍ତ ଗୋଶାଳାର ସୂଚନା ଫଳକ ଲିଭାଇ ମଣିଷ ଗୋଶାଳା କରୁଥିବା ଦେଖିବାକୁ ମିଳୁଛି ।ଏଥିରେ ସମ୍ପୃତ ଥିବା ପ୍ରଶାସନ ଅଧିକାରୀ ମାନେ ସଠିକ ତଦାରଖ ନ କରି ମନ ଇଛା ଲୋକଙ୍କୁ ଗୋଶାଳା ଯୋଗାଇଥିବା ଯୋଗୁଁ ପ୍ରକୃତ ହିତାଧିକାରୀ ବାଦ ପଡିବା ଶହ ସରକାର ନିନ୍ଦିତ ହୋଇ କୋଟି କୋଟି ଟଙ୍କା ପାଣିରେ ପଡୁଛି ।ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ସଠିକ ତଦନ୍ତ କରି ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବ୍ଲକ ବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.