ଭଞ୍ଜନଗର: ପବିତ୍ର କାର୍ତ୍ତିକ ଧାର୍ମିକ ମାସରେ କିଛି ପୁଣ୍ୟ ଅର୍ଜନ ନିମନ୍ତେ ଭଞ୍ଜନଗର ବ୍ଲକ ମୁଦୁଲି ପଲି ଗ୍ରାମର ହାଡୁ ସ୍ୱାଇଁ ଓ ପତ୍ନୀ ସୁନ୍ଦରୀ ସ୍ୱାଇଁ(୫୦) ଗତ ୨୨ତାରିଖରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀଧାମକୁ ଯାଇଥିଲେ।ଏହି ଅବସରରେ ସୋମବାର ଦିନ ଅପରାହ୍ନ ସମୟରେ ଉଭୟେ ପୁରୀ ବଡ଼ଦାଣ୍ଡରେ ବୁଲାବୁଲି କରୁଥିବା ବେଳେ ସୁନ୍ଦରୀ ହାଠାତ୍ ସେଠାରୁ ନିଖୋଜ ହୋଇ ଯାଇଥିଲେ।ହାଡୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ନୀ ସୁନ୍ଦରୀଙ୍କ କୌଣସି ଖୋଜ ଖବର ପାଇ ନଥିଲେ।ଶେଷରେ ନିରାଶ ହୋଇ ଏସମ୍ପର୍କରେ ହାଡୁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।ଯଦି କେହି ସୁନ୍ଦରୀଙ୍କ ବିଷୟରେ କିଛି ସନ୍ଧାନ ପାଏ ତାହେଲେ ନିକଟସ୍ଥ ଥାନାରେ ଜଣାଇବାକୁ ହାଡୁ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.